www.samajalive.in
Sunday, December 7, 2025
26.1 C
Bhubaneswar

ପୁଣି ଲାଗିଲା ଖାକିରେ ଦାଗ : ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ହାବିଲ୍‌ଦାର ଗିରଫ

ଭୁବ‌େ‌ନଶ୍ବର :  କମିସନରେଟ୍‌ ପୁଲିସର ଜଣେ ହାବିଲ୍‌ଦାରଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ନାବାଳିକାଙ୍କୁ ବଳାତ୍କାର କରିବା ନେଇ ଅଭିଯୋଗ ପାଇବା ପରେ କ୍ୟାପିଟାଲ୍‌ ଥାନାର ହାବିଲ୍‌ଦାର ବିଜୟ ସେଠୀକୁ ଗିରଫ କରାଯାଇଛି। ଖାରବେଳନଗର ଥାନା ପୁଲିସ ନାବାଳିକାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତିକରି ଆଇପିସିର ଧାରା ୩୭୬ ଏବଂ ପୋକ୍‌ସୋ ଆଇନ୍‌ର ଧାରା ୬ରେ ମାମଲା ରୁଜୁ କରି ହାବିଲ୍‌ଦାର ବିଜୟକୁ ଗିରଫ କରିଛି। ଗତ କିଛି ଦିନ ମଧ୍ୟରେ ପ୍ରେମ ଓ ପ୍ରତାରଣା ଭଳି ଘଟଣାକୁ ନେଇ ପୁଲିସ ଚର୍ଚ୍ଚାରେ ରହିଥିବା ବେଳେ ନାବାଳିକା ବଳାତ୍କାର ଘଟଣା ସବୁକୁ ଟପି ଯାଇଛି। ନିଜ ସରକାରୀ କ୍ବାର୍ଟର୍ସରେ ନାବାଳିକାଙ୍କୁ ନିଶା ଦେଇ ବଳାତ୍କାର କରିବା ଭଳି ଜଘନ୍ୟ ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ରାଜଧାନୀବାସୀ। ରକ୍ଷକ ନିଜେ କିପରି ଭକ୍ଷକ ହୋଇପାରିଲା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।

କିଛି ମାସ ତଳର ଏହି ଘଟଣା ଗୁରୁବାର ଅପରାହ୍ଣରେ ପଦାକୁ ଆସିଥିଲା। ସହିଦନଗର ଅଞ୍ଚଳରେ ରହୁଥିବା ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଏହା ଜଣାପଡିଥିଲା। ତେବେ ଏଭଳି ସମ୍ବେଦନଶୀଳ ଅଭିଯୋଗ ପାଇବା ପରେ ସହିିଦନଗର ଥାନା ପୁଲିସ ୟୁନିଟ୍‌-୯ ଅଞ୍ଚଳରେ ସରକାରୀ କ୍ବାର୍ଟର୍ସରେ ରହୁଥିବା ବିଜୟଙ୍କୁ ଆଣି ପଚରାଉଚରା କରିଥିଲା। ଘଟଣାଟି ଖାରବେଳନଗର ଥାନା ଅଧୀନ କ୍ବାର୍ଟର୍ସରେ ଘଟିଥିବାରୁ ଅଭିଯୋଗକୁ ଖାରବେଳନଗର ଥାନାକୁ ସ୍ଥାନାନ୍ତର ହୋଇଥିଲା। ଖାରବେଳନଗର ଥାନା ପୁଲିସ ମାମଲା ରୁଜୁ କରିଛି। ଏହି ଘଟଣାରେ କମିସନରେଟ୍‌ ପୁଲିସର ୩ ଥାନାର ସମ୍ପୃକ୍ତି ଏହାକୁ ଅଧିକ ସ୍ପର୍ଶକାତର କରି ପକାଇଛିି।

- Advertisement -

ବିଜୟଙ୍କ ପତ୍ନୀ ପକ୍ଷାଘାତ ରୋଗୀ। ତେବେ ସହାୟତା କରିବା ଲାଗି ଉକ୍ତ ନାବାଳିକା ଜଣକ ୫ ମାସ ତଳେ ତାଙ୍କ ଘରେ କିଛି ଦିନ ରହିଥିଲେ। ନିକଟରେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ନେଇ ଜଣାପଡିଥିଲା। ତେବେ ଏନେଇ ପରିବାର ଲୋକେ ଖୋଳତାଡ କରିବା ପରେ ବିଜୟଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା। ନାବାଳିକା ଜଣକ ମଧ୍ୟ ବିଜୟଙ୍କ ଘରେ ରହିବା ସମୟରେ ଏଭଳି କିଛି ସନ୍ଦେହଜନକ ଘଟଣା ପରିବାର ଲୋକଙ୍କୁ କହିଥିଲେ। ନାବାଳିକା ଜଣକ ଏବେ ପୁଲିସକୁ ମଧ୍ୟ ସେକଥା କହିଛନ୍ତି। ନାବାଳିକାଙ୍କୁ ରାତିରେ ପାନୀୟରେ କିମ୍ବା ଖାଦ୍ୟରେ ନିଶା ଦିଆଯାଇ ବଳାତ୍କାର କରାଯାଇଥିବା ପୁଲିସ ଅନୁମାନ କରୁଛି। ଆସନ୍ତାକାଲି ନାବାଳିକା ଏବଂ ବିଜୟଙ୍କର ଡାକ୍ତରୀ ପରୀକ୍ଷା କରାଯିବ ବୋଲି ଜଣାପଡିଛି। ବର୍ତ୍ତମାନ ନାବାଳିକା ଏବଂ ପରିବାର ଲୋକଙ୍କ ବୟାନକୁ ନେଇ ପୁଲିସ ପଦକ୍ଷେପ ନେଇଥିବା ଜଣାପଡିଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories