www.samajalive.in
Sunday, December 7, 2025
14.1 C
Bhubaneswar

ବିଶ୍ୱ ମୋଟର ସାଇକେଲ ଦିବସ ପାଳିତ

ଭୁବନେଶ୍ୱର : ଆଜି ଧଉଳିଠାରେ ‘ବାଇକ ପ୍ରେମୀ ଯୁବକ ସଙ୍ଗଠନ’ ତରଫରୁ ବିଶ୍ୱ ମୋଟର ସାଇକେଲ ଦିବସ ପାଳନ ହୋଇଯାଇଛି। ସଙ୍ଗଠନର ଯୁବକମାନେ ନିଜ ନିଜ ବାଇକ ଧରି ପାହାଳଠାରୁ ସକାଳ ୮ଟାରେ ବାହାରି ଧଉଳି ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଯାତ୍ରା କରିଥିଲେ। ସମସ୍ତେ ନିଜେ ହେଲମେଟ୍ ପିନ୍ଧିବା ସହ ଅନ୍ୟମାନଙ୍କୁ ହେଲମେଟ୍ ପିନ୍ଧିବା ପାଇଁ ପରାମର୍ଶ ଦେବା ସହ ମଦ୍ୟପାନ କରି ଗାଡି ନଚଳାଇବା ପାଇଁ ସଚେତନତା ବାର୍ତା ପ୍ରଦାନ କରିଥିଲେ । ସମସ୍ତେ ଏକତ୍ର ହୋଇ ଧଉଳିରେ କେକ୍ କାଟି ଖୁସି ମନାଇବା ସହ ବିଶ୍ୱ ମୋଟର ସାଇକେଲ ଦିବସ ପାଳନ କରିଥିଲେ । କହି ରଖୁଛୁ ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ବିଶ୍ୱ ମୋଟର ସାଇକେଲ ଦିବସ ଭାବେ ପାଳନ କରାଯାଏ । ଦେଶ ବିଦେଶରେ ଅନେକ ସଙ୍ଗଠନ ପକ୍ଷରୁ ଏହି ଦିବସ ପାଳନ କରାଯାଏ । ବାଇକ ପ୍ରେମୀମାନେ ଏହି ଦିନ ବାଇକ ଧରି ଅନେକ ପର୍ଯ୍ୟଟନ ସ୍ଥାନ ତଥା ପିକନିକ୍ ସ୍ପଟକୁ ଯାତ୍ରା କରିଥାନ୍ତି । ଭବିଷ୍ୟତରେ ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରଖିବା କିଛି ଭିନ୍ନ କରିବା ନେଇ ଆବାହକ ଦିଲ୍ଲୀପ କୁମାର ଷଡଙ୍ଗୀ ମତ ପ୍ରକାଶ କରିଛନ୍ତି । ସଙ୍ଗଠନର ମୁଖ୍ୟ ଦିଲ୍ଲୀପ ଷଡଙ୍ଗୀ, ବ୍ରହ୍ମାନନ୍ଦ ବେହେରା, ଦିଲୀପ କୁମାର ସାହୁ, ବିଶ୍ୱନାଥ ବେହେରା, ପ୍ରଜ୍ଞାସୁ ମହାପାତ୍ର, ମନୋଜ ବେହେରା, ଗୁରୁପଦ ନାଥ, ସଞ୍ଜୀବ ବାହାଦୁର, ସନ୍ତୋଷ ସାହୁ, ନିରଞ୍ଜନ ସାହୁ, ସେଉଲ ସାଗର ରାଉତ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ଶନି କରିବେ ସିଧା ଚଳନ; ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, ମିଳିବ ସନ୍ତାନ ସୁଖ, କିଣିବେ ଘର,ଗାଡି..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories