www.samajalive.in
Sunday, December 7, 2025
14.1 C
Bhubaneswar

ବଢ଼ୁଛି ପ୍ରବାସୀ ଓଡ଼ିଆଙ୍କ ପଞ୍ଜୀକରଣ ; ଛୁଇଁଲାଣି ସାଢ଼େ ୧୦ଲକ୍ଷ, ୪.୭୫ଲକ୍ଷ କେବଳ ଶ୍ରମିକ

ଭୁବନେଶ୍ବର:କରୋନା ମହାମାରୀ ପାଇଁ ସାରା ଦେଶରେ ପଡିଥିବା ଲକ୍ ଡାଉନ ଆଉ ଦୁଇଦିନ ପରେ ଖୋଲିବ। ତେବେ ଏହା ପୂର୍ବରୁ ପଡୋଶୀ ରାଜ୍ୟଗୁଡିକ ସହାୟତାରେ ପ୍ରବାସୀ ଓଡ଼ିଆଙ୍କୁ ଆଣିବାପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ୨୨୮ଜଣ ଓଡ଼ିଆ ଗଞ୍ଜାମ ଜିଲାରେ ଆସି ପହଞ୍ଚିଛନ୍ତି। ତେବେ ଲକ୍ ଡାଉନ ଖୋଲିଲେ ଓଡ଼ିଶାକୁ ୫ଲକ୍ଷ ପ୍ରବାସୀ ଆସିବାପାଇଁ ସରକାର ଯେଉଁ ଆକଳନ କରିଥିଲେ ଏବେ ସେହି ସଂଖ୍ୟା ୨ଗୁଣରୁ ଅଧିକ ହୋଇ ସାରିଲାଣି। ସାଢ଼େ ୧୦ଲକ୍ଷ ପ୍ରବାସୀ ଓଡ଼ିଆ ଇତିମଧ୍ୟରେ ପୋର୍ଟାଲ ଜରିଆରେ ସରକାରଙ୍କୁ ଓଡ଼ିଶା ଫେରିବାପାଇଁ ପଞ୍ଜୀକରଣ କରିଛନ୍ତି। ଯଦି ବାସ୍ତବରେ ସମସ୍ତେ ଆସିବେ ତେବେ କିଭଳି ସେମାନଙ୍କୁ ସଙ୍ଗରୋଧରେ ରଖାଯିବ ଏବଂ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ସେନେଇ ଗତକାଲି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ରୋଡ ମ୍ୟାପ୍ ପ୍ରସ୍ତୁତ କରାଯାଇଛି।
ବୁଧବାର ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକର ସୂଚନା ଅନୁଯାୟୀ କେବଳ ତାମିଲନାଡୁରୁ ଓଡ଼ିଶା ଫେରିବାପାଇଁ ଦେଢ଼ଲକ୍ଷ ପ୍ରବାସୀ ସରକାରଙ୍କୁ ଆବେଦନ କରିଛନ୍ତି। ଏହାବାଦ୍ ସରକାରଙ୍କୁ ଯେତେସବୁ ଆବେଦନ ଆସିଛି ସେଥିମଧ୍ୟରୁ ୪ଲକ୍ଷ ୭୫ହଜାର କେବଳ ଶ୍ରମିକ ଶ୍ରେଣୀର। ଏମାନଙ୍କ ଛଡା ପର୍ଯ୍ୟଟକ, ଛାତ୍ରଛାତ୍ରୀ, କର୍ମଜୀବୀ ଓ ବୃତ୍ତିଧାରୀ ପ୍ରଭୃତି ବର୍ଗର ପ୍ରବାସୀ ରହିଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ନେଇ ଗୃହବିଭାଗ ପକ୍ଷରୁ ବିଭିନ୍ନ ଜିଲାରେ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories