www.samajalive.in
Sunday, December 7, 2025
26.1 C
Bhubaneswar

କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ କୌଣସି ଭୟ ନାହିଁ

ଭୁବନେଶ୍ବର : ଓୟୁଏଟିର ଭୁବନେଶ୍ବର ସ୍ଥିତ କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଲାଗିବା ପରିପ୍ରେକ୍ଷୀରେ ଲୋକମାନେ ଆଶଙ୍କା ମଧ୍ୟରେ ଥାଇ କୁକୁଡା ମାଂସ ଓ ଅଣ୍ଡା ଖାଉନାହାନ୍ତି। ଏଥିପାଇଁ କୌଣସି ଭୟ ଆଶଙ୍କା ସୃଷ୍ଟିହେବା ଉଚିତ ନୁହେଁ। ସରକାରଙ୍କ ତରଫରୁ ଓୟୁଏଟି କୁକୁଡା ଫାର୍ମା ଓ ଏହାର ଏକ କି.ମି ବ୍ୟାସାରର୍ଦ୍ଧ ଅଞ୍ଚଲରେ ସମସ୍ତ କୁକୁଡା ଓ ବତକକୁ ମାରି ପୋତିଦିଆଯିବା ସାଙ୍ଗକୁ ଉପଲବ୍ଧ ଅଣ୍ଡା ଓ କୁକୁଡା ଖାଦ୍ୟକୁ ମଧ୍ୟ ନଷ୍ଟକରି ପୋତି ଦିଆଯାଇଛି। ଓୟୁଏଟି କୁକୁଡା ଫାର୍ମାର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ବିଶୋଧକ ପ୍ରୟୋଗ କରାଯାଇଛି। ଓୟୁଏଟି କୁକୁଡା ଫାର୍ମାକୁ ସିଲ କରାଯାଇଛି ଓ ଖୋର୍ଦ୍ଧା ଜିଲା ପ୍ରାଣୀଚିକିତ୍ସା ଅଧିକାରୀଙ୍କ ତରଫରୁ ୪ ଫେବୃଆରୀ ୨୦୨୦ ଦିନ ଜୀବାଣୁମୁକ୍ତ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ତେଣୁ କୁକୁଡା ମାଂସ ଓ ଅଣ୍ଡା ଖାଇବାରେ କୌଣସି ପ୍ରତିବନ୍ଧକ ନାହିଁ। କୁକୁଡା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇଲେ ବାର୍ଡ ଫ୍ଲୁ(ଏଚ୫ଏନ୧) ଭୂତାଣୁ ନଷ୍ଟ ହୋଇଯାଏ। ଏତଦବ୍ୟତୀତ ୨୮ ଜାନୁଆରୀ ୨୦୨୦ରୁ ଏପର୍ଯ୍ୟନ୍ତ ଓୟୁଏଟି କୁକୁଡା ଫାର୍ମର ଏକରୁ ଦଶ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ କୌଣସି କୁକୁଡା ବା କୁକ୍କୁଟଜାତୀୟ ପକ୍ଷୀଙ୍କ ଆସ୍ବାଭାବିକ ମୃତ୍ୟୁ ହୋଇନାହିଁ । ତେଣୁ ଲୋକମାନେ ଆଶାଙ୍କାଗ୍ରସ୍ତ ନ ହୋଇଇ କୁକୁଡା ମାଂସ ଓ ଅଣ୍ଡା ଖାଇପାରିବେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories