www.samajalive.in
Sunday, December 7, 2025
14.1 C
Bhubaneswar

କାର୍ଯ୍ୟକ୍ଷମ ହେଉନି କୃଷି କାର୍ଯ୍ୟାଳୟ

ବାଉଁଶୁଣି: ବୌଦ୍ଧ ବ୍ଲକ ବାଉଁଶୁଣିଠାରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଏକ ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରି ଆସୁଛି। ଏହି କାର୍ଯ୍ୟାଳୟ ଅଧୀନରେ ୧୫ଟି ପଞ୍ଚାୟତର ଚାଷୀମାନେ କୃଷି ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ ପାଇ ପାରୁଥିଲେ। ହେଲେ ୫ବର୍ଷ ପୂର୍ବରୁ ଏଠାରେ ଅବସ୍ଥାପିତ ଅଧିକାରୀ ରବିନାରାୟଣ ପଣ୍ଡାଙ୍କ ଅବସର ଗ୍ରହଣ ପରେ ଆଉ ନୂଆ ଅଧିକାରୀଙ୍କୁ ବାଉଁଶୁଣିରେ ନିଯୁକ୍ତ କରାଗଲା ନାହିଁ। ଫଳରେ କାର୍ଯ୍ୟାଳୟଟି ବ୍ୟବହାର ନହୋଇ ପଡି ରହିବା ଯୋଗୁଁ ଜରାଜୀର୍ଣ୍ଣ ହୋଇ ବର୍ତ୍ତମାନ ଭୂତକୋଠି ଭଳି ପଡିରହିଛି। ଅଧିକାରୀ ନିଯୁକ୍ତ ଓ କାର୍ଯ୍ୟାଳୟର ମରାମତି ନେଇ ଗତ ଏକ ବର୍ଷ ହେଲା ଲଗାତାର ଭାବେ ଖବର ପ୍ରକାଶିତ ହୋଇ ଆସୁଥିଲା। ଏଭଳି ଖବର ପ୍ରକାଶନ ହେବା କାରଣରୁ ଗତ ଜୁଲାଇ ମାସ ୧୯ ତାରିଖରେ ବୈଜୟନ୍ତୀ ପ୍ରଧାନଙ୍କୁ ସହକାରୀ କୃଷି ଅଧିକାରୀ ଭାବେ ଏଠାରେ ଅବସ୍ଥାପିତ କରାଯାଇଛି। ହେଲେ ଦୀର୍ଘ ଦୁଇ ମାସରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟାଳୟଟି କାର୍ଯ୍ୟକ୍ଷମ ହେଉନଥିବାରୁ ଅଧିକରୁ ଅଧିକ ଜରାଜୀର୍ଣ୍ଣ ହୋଇ ଦୟନୀୟ ଅବସ୍ଥାରେ ପହଞ୍ଚିଲାଣି। କୃଷି ପ୍ରଧାନ ଜିଲ୍ଲାରେ କୃଷି ବିଭାଗ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଭଳି ଅବହେଳା ଯୋଗୁଁ ଅଞ୍ଚଳର ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବାକୁ ସେମାନଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି। ଏନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବସନ୍ତ ପାଣିଗ୍ରାହୀଙ୍କୁ ଅବଗତ କରାଯିବାରୁ ସେଠାକୁ ଯାଇ କାର୍ଯ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବା ପରେ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

 

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories