ସମାଜ ଡିଜିଟାଲ ଡେସ୍କ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଯୁଦ୍ଧବିରତି ପାଇଁ ନିଷ୍ପତି ନିଆଯିବା ସତ୍ୱେ ଶନିବାର ପୁଣି ନିୟମ ଉଲ୍ଲଘଂନ କରି ପାକିସ୍ତାନ ଯେଉଁ ଆକ୍ରମଣ କରିଥିଲା ସେଥିରେ ଭାରତୀୟ ଯୁବପୀଢିଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଛି । ଲୋକମାନେ ପାକିସ୍ତାନକୁ ପାକିସ୍ତାନ ନକହି ପାପିସ୍ତାନ ବୋଲି କହି ନାରା ଦେଇଛନ୍ତି ।
ଜାମ୍ମୁ-କାଶ୍ମୀର ପହଲଗାଓଁରେ ହୋଇଥିବା ଆକ୍ରମଣର କିଛି ଦିନ ପରେ ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନରେ ଥିବା ଆତଙ୍କୀଙ୍କ ଆଡ୍ଡାକୁ ଧୂଳିସାତ କରିଥିଲା । ଏହାପରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ପିଓକେରେ ଥିବା ୯ଟି ଆତଙ୍କୀଙ୍କ ଆଡ୍ଡାକୁ ଧ୍ୱଂସ କରିଥିଲା । ଫଳରେ ପାକିସ୍ତାନ ଛାନିଆରେ ଥରହର ହୋଇ ଉଠିଥିଲା । ଆମେରିକାର ମଧ୍ୟସ୍ତତା ପରେ ୧୦ ମେଇକୁ ଯୁଦ୍ଧବିରତିରେ ସହମତି ପ୍ରକାଶ କରିଥିଲେ ଉଭୟ ଦେଶ । ହେଲେ ଏହି ଘଟଣାର ୩ଘଣ୍ଟା ମଧ୍ୟରେ ନିୟମ ଉଲ୍ଲଘଂନ କରିଥିଲା ପାକିସ୍ତାନ । ପାକିସ୍ତାନର ବାରମ୍ବାର ଏଭଳି କାର୍ଯ୍ୟ ଯୋଗୁଁ ଭାରତର ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଛି ।
ଏବେ ଭଲ ଭାବରେ ଜବାବ ଦେବାର ସମୟ, ଭାରତ ଆଉ ଚୁପ୍ ରହିବ ନାହିଁ ବୋଲି ଯୁବପୀଢିମାନେ ମତ ରଖିଛନ୍ତି । ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦୀ ନୀତିକୁ ସମ୍ପୂର୍ଣ୍ଣ ପରିତ୍ୟାଗ ନକରିଛି ସେପର୍ଯ୍ୟନ୍ତ ସୀମାରେ ଶାନ୍ତିର ଆଶା ଅସମ୍ପୂର୍ଣ୍ଣ । ଏହା ପାପିସ୍ତାନ, ଏଠାରେ ଶାନ୍ତିର ବାର୍ତ୍ତା ବାଶ ଏକ ବାହାନା ବୋଲି ଯୁବପୀଢି କହିଛନ୍ତି ।



