www.samajalive.in
Friday, December 5, 2025
20.1 C
Bhubaneswar

ଟ୍ୟୁସନ୍‌ ସାର୍‌ଙ୍କୁ ଗୁଳିମାଡ

ବାରିପଦା : ଘରକୁ ଫେରୁଥିବାବେଳେ ଟ୍ୟୁସନ୍ ସାରଙ୍କୁ ଗୁଳିମାଡ। ବାରିପଦା ବଡସାହି ଥାନା ମାଙ୍କଡାପାଳ ଗାଁରେ ଦୁଇ ରାଉଣ୍ଡ ଗୁଳିମାଡ ହୋଇଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ ଗୁଳିମାଡର କାରଣ ଜଣାପଡିନାହିଁ। ଗୁରୁତର ଶିକ୍ଷକ ଜଣକ ମାଙ୍କଡ଼ାପାଳ ଗାଁର ସଞ୍ଜୟ ନାୟକ ବୋଲି ଜଣାପଡିଛି। ତାଙ୍କ ପେଟରେ ୨ଟି ଗୁଳି ବାଜିଛି । ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତର ଅବସ୍ଥାରେ ସଞ୍ଜୟଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସଞ୍ଜୟ ଟ୍ୟୁସନ୍‌ ସାରି ଫେରୁଥିବା ବେଳେ ପୁରୁଣା ଇଟାଭାଟି ରାସ୍ତା ନିକଟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରେ ୨ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ । ଖବର ପାଇ ବଡ଼ସାହି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories