ବାରିପଦା : ଘରକୁ ଫେରୁଥିବାବେଳେ ଟ୍ୟୁସନ୍ ସାରଙ୍କୁ ଗୁଳିମାଡ। ବାରିପଦା ବଡସାହି ଥାନା ମାଙ୍କଡାପାଳ ଗାଁରେ ଦୁଇ ରାଉଣ୍ଡ ଗୁଳିମାଡ ହୋଇଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ ଗୁଳିମାଡର କାରଣ ଜଣାପଡିନାହିଁ। ଗୁରୁତର ଶିକ୍ଷକ ଜଣକ ମାଙ୍କଡ଼ାପାଳ ଗାଁର ସଞ୍ଜୟ ନାୟକ ବୋଲି ଜଣାପଡିଛି। ତାଙ୍କ ପେଟରେ ୨ଟି ଗୁଳି ବାଜିଛି । ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତର ଅବସ୍ଥାରେ ସଞ୍ଜୟଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସଞ୍ଜୟ ଟ୍ୟୁସନ୍ ସାରି ଫେରୁଥିବା ବେଳେ ପୁରୁଣା ଇଟାଭାଟି ରାସ୍ତା ନିକଟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରେ ୨ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ । ଖବର ପାଇ ବଡ଼ସାହି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
Popular Categories



