www.samajalive.in
Sunday, December 7, 2025
23.1 C
Bhubaneswar

ବଜ୍ରାଘାତରେ ଯୁବକ ମୃତ

ରେଙ୍ଗାଲିକ୍ୟାମ୍ପ :  ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଜାମଟିକ୍ରା ଲରିଆ ଗାଁରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ବଜ୍ରପାତରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଦୀପକ କୁର୍ରେ ବୋଲି ଜଣାପଡିଛି।
ଗତକାଲି ସନ୍ଧ୍ୟାରେ କାଳ ବୈଶାଖୀ ର ତାଣ୍ଡବ ଲୀଳା ପରେ ଏହି ଦୁଃଖଦ ଘଟଣା  ସମଗ୍ର ଅଞ୍ଚଳରେ  ଚହଳ ସୃଷ୍ଟି କରିଛି । ଯୁବକ ର ପରିବାର ଦୀର୍ଘ ବର୍ଷ ଧରି  ଛତିଶ ଗଡ ରୁ ଆସି ବସବାସ କରୁଛନ୍ତି ।  ମୃତ ଦୀପକ  ବାଞ୍ଜିପାଲି  ରାସ୍ତାରେ ଥିବା ଏକ ମଦଭାଟିରେ କାମ କରୁଥିଲା । ଗୁରୁବାର ସନ୍ଧ୍ୟାରେ କାଳ ବୈଶାଖୀ ବର୍ଷା ହେବା ସମୟରେ ସେ କେଉଁଆଡେ ଯାଇ ନ ପାରି ସେ ମଦଭାଟି ଆଗରେ ବସିରହିଥିଲେ। ଏତିକିବେଳେ ବଜ୍ରାଘାତ ଲାଗି ସେ ହଠାତ୍ ଟଳିପଡ଼ିଥିଲେ । ବଜ୍ରାଘାତରେ  ତାଙ୍କର ଡାହାଣ ହାତ ଟି ମଧ୍ୟ  ପୋଡ଼ିଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ମୃତଦେହ ବ୍ୟବଚ୍ଛେଦ  ହେବ ବୋଲି ଜଣାପଡିଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories