www.samajalive.in
Sunday, December 7, 2025
14.1 C
Bhubaneswar

ଟିକେଟ୍ ପାଇଁ ରାତି ଅନିଦ୍ରା : ଆଜି ସକାଳ ୯ଟାରେ କାଉଣ୍ଟରରେ ଆରମ୍ଭ ହେବ ବିକ୍ରି

କଟକ : ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ମୁକାବିଲାକୁ ଆଉ ୪ ଦିନ ବାକି ରହିଛି। ଆଜିଠାରୁ କାଉଣ୍ଟରରେ ଟିକଟ ବିକ୍ରି ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଯେଉଁ କ୍ରିକେଟପ୍ରେମୀ ଅନଲାଇନରେ ଟିକଟ କିଣି ନପାରି ନିରାଶ ହୋଇଥିଲେ।  ସେମାନେ ଷ୍ଟାଡିୟମ ନିକଟ କାଉଣ୍ଟରରୁ ଟିକଟ କିଣି​ପାରିବେ। ଏଥି ପାଇଁ ୫ଟି କାଉଣ୍ଟର ବ୍ୟବସ୍ଥା ହୋଇଥିବା ବେଳେ ସକାଳ ୯ଟାରେ ସମସ୍ତ କାଉଣ୍ଟର ଖୋଲିବ। ସମସ୍ତ ଗ୍ୟାଲେରୀ ଓ ଦାମୀ ଟିକଟକୁ ମିଶାଇ ମୋଟ ୧୧୦୮୦ ଟିକଟ କାଉଣ୍ଟରକୁ ବିକ୍ରି ପାଇଁ ଆସିବ ବୋଲି ଓସିଏ ଜଣାଇଛି। ତେବେ ପ୍ରଥମ ଦିନରେ କାଉଣ୍ଟର ଟିକଟ ଶେଷ ହୋଇଯିବ ବୋଲି ଅନୁମାନ କରାଯାଉଛି। ୬ ବର୍ଷ ପରେ ବାରବାଟୀରେ ଦିନିକିଆ ମ୍ୟାଚ୍‌ ଏବଂ ଅଢ଼େଇ ବର୍ଷ ପରେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳା ଯାଉଥିବାରୁ ଏହି ମ୍ୟାଚ୍‌ ଦେଖିବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ମଙ୍ଗଳବାର ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ କ୍ରିକେଟ୍‌ପ୍ରେମୀ ଆସି ଷ୍ଟାଡିୟମ୍‌ ନିକଟରେ ଭିଡ଼ ଜମାଇଛନ୍ତି।  ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୋଟ ୧୭ରୁ ୧୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ମହିଳାଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର ଥିବାରୁ ମହିଳା ପୁଲିସ ମଧ୍ୟ ମୁତୟନ ହେବେ। ସ୍ବତନ୍ତ୍ର ଧାତବ କଣ୍ଟେନର ଜରିଆରେ ଟିକଟ ବିକ୍ରି କରାଯିବ। କଣ୍ଟେନରରେ ସିସି ଟିଭି କ୍ୟାମେରା ରହିବ।  କଳାବଜାରୀ ରୋକିବାକୁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି। ଏପରିକି ସାଧା ପୋଷାକରେ ମଧ୍ୟ ପୁଲିସ ମୁତୟନ ହେବେ ବୋଲି ସୂଚନା ମିଳିଛି। ହର୍ସ ଗେଟ୍‌‌ ନିକଟରେ ୨ଟି କାଉଣ୍ଟର ଖୋଲିବ। ଏଠାରେ ସ୍ପେଶିଆଲ ଏନକ୍ଲୋଜର, ଏସି ବକ୍ସ, କର୍ପୋରେଟ ବକ୍ସ, ନ୍ୟୁ ପ୍ୟାଭିଲିୟନ ଆଦି ଟିକଟ ବିକ୍ରି କରାଯିବ। ଏଠାରେ ଉଭୟ ପୁରୁଷ ଏବଂ ମହିଳାଙ୍କ ନିମନ୍ତେ ପୃଥକ୍‌ ଧାଡ଼ିରହିବ। ବାସ୍କେଟବଲ ଗ୍ରାଉଣ୍ଡ ନିକଟ ତଥା ଫାଟକ ନଂ-୧୩ ନିକଟରେ ୩ଟି କାଉଣ୍ଟର ଖୋଲିବ। ଏହି ୩ଟିଯାକ କାଉଣ୍ଟରରେ ବିକ୍ରି କରାଯିବ କେବଳ ଗ୍ୟାଲେରୀ ଟିକଟ। ଗୋଟିଏ କାଉଣ୍ଟର ସ୍ୱତନ୍ତ୍ର ଭାବେ ମହିଳାଙ୍କ ପାଇଁ ରହିବ। ଅନ୍ୟ ଦୁଇଟି କାଉଣ୍ଟର ପୁରୁଷଙ୍କ ପାଇଁ ରହିଛି। ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକଟ କିଣିପାରିବେ। ଟିକଟ କିଣିବା ନିମନ୍ତେ ପରିଚୟପତ୍ର ବାଧ୍ୟତାମୂଳକ ରହିଛି। ଗ୍ୟାଲେରୀ ନଂ୧ ୧୧୦୦ ଟଙ୍କା ଥିବା ବେଳେ ଗ୍ୟାଲେରୀ ନଂ୨ ପାଇଁ ୯୦୦, ଗ୍ୟାଲେରୀ ନଂ୩ ପାଇଁ ୧୧୦୦, ଗ୍ୟାଲେରି ନଂ୪ ୯୦୦ ଟଙ୍କା, ଗ୍ୟାଲେରୀ ନଂ୫ ୧୨୦୦, ଗ୍ୟାଲେରୀ ନଂ୭ ପାଇଁ ୭୦୦, ସ୍ପେଶିଆଲ ଏନକ୍ଲୋଜରକୁ ୬୦୦୦, ଏସି ବକ୍ସ ନିମନ୍ତେ ୮୦୦୦, ନ୍ୟୁ ପ୍ୟାଭିଲିୟନ ୧୦୦୦୦ ଏବଂ କର୍ପୋରେଟ୍‌ ବକ୍ସ ଟିକଟର ମୂଲ୍ୟ ୨୦୦୦୦ ଟଙ୍କା ରଖାଯାଇଛି। ଓସିଏ ଏକାଡେମୀରେ ଓ ଉପର ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି। ଅନ୍ୟପକ୍ଷରେ ଟିକଟ୍‌ କ୍ରେତାଙ୍କ ନିମନ୍ତେ ଓସିଏ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି। ଏକାଡେମୀ ନିକଟରେ ବିଶ୍ରାମଗୃହ ଏବଂ ପାନୀୟଜଳ ବ୍ୟବସ୍ଥା ଆଦି ହୋଇଛି।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories