ବାରବାଟୀ ଟି-୨୦: ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୧୪୯

ଡେସ୍କ: ଆଜି କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଟି-୨୦ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକା ପାଇଁ ୧୪୯ ରନ ବିଜୟ ଲକ୍ଷ୍ୟ ରଖିଛି। ଦକ୍ଷିଣ ଆଫ୍ରିକା ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ସୁଯୋଗ ଦେଇଥିଲା। ଭାରତ ୨୦ ଓଭରରେ ୬ଟି ଉଇକେଟ ହରାଇ ୧୪୮ ରନ କରିଛି। ରନ ରେଟ ୭.୪ ରହିଛି।

prayash

ଭାରତ ପକ୍ଷରୁ ଶ୍ରେୟସ ଆୟାର ୩୫ଟି ବଲରେ ୪୦ ରନ ସ୍କୋର କରିଥିବା ବେଳେ ଈଶାନ କିଶନ ୨୧ଟି ବଲରେ ୩୪ ରନ, ଦୀନେଶ କାର୍ତ୍ତିକ ୨୧ଟି ବଲରେ ୩୦ ରନ, ହର୍ସଲ ପଟେଲ ୯ଟି ବଲରେ ୧୨ ରନ ସ୍କୋର କରିଥିଲେ। ଋତୁରାଜ ଗାଇକୱାଡ ୧ ରନ କରି ଆଉଟ ହୋଇଥିବା ବେଳେ ରିଷଭ ପନ୍ତଃ ୫, ହାର୍ଦ୍ଦିକ ପାଣ୍ଡ୍ୟା ୯ରନ କରିଥିଲେ।

kalyan agarbati

Comments are closed.