www.samajalive.in
Sunday, December 7, 2025
23.1 C
Bhubaneswar

ଟିକେଟ୍‌ କିଣା ବେଳେ ଠେଲାପେଲା; ଲାଠି ଚାର୍ଜ କଲା ପୁଲିସ

କଟକ: ବାରବାଟୀ ଷ୍ଟାଡିୟମ ଟିକେଟ୍‌ କାଉଣ୍ଟରେ ପ୍ରବଳ ଗହଳି ସାଙ୍ଗକୁ ଧସ୍ତାଧସ୍ତି ହୋଇଛି । ମହିଳାଙ୍କ ପାଇଁ ଉଦ୍ଦିଷ୍ଟ କାଉଣ୍ଟରରେ ଠେଲାପେଲା ହୋଇଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ମହିଳାଙ୍କ ଉପରେ ଲାଠି ଚାର୍ଜ କରିଛି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ଭିଡ଼ ରହିଥିବାରୁ ଭିଡ ନିୟନ୍ତ୍ରଣ ପାଇଁ ପୁଲିସ ବ୍ୟପକ ପଦକ୍ଷେପ ନେଉଛି ।

ଅନ୍ୟପଟେ ଆଜିଠୁ ବାରବାଟୀ ଟି-୨୦ ପାଇଁ କାଉଣ୍ଟରରେ ଟିକେଟ୍‌ ବିକ୍ରି ହେଉଛି । ଏଥି ପାଇଁ ମୋଟ୍‌ ୯ଟି କାଉଣ୍ଟରରେ ସକାଳ ୯ଟାରୁ ଟିକେଟ୍‌ ବିକ୍ରି କରିବାକୁ ବ୍ୟବସ୍ଥା କରାଯାଇଥିବା ବେଳେ ଗତକାଲିଠୁ ଟିକେଟ୍‌ କିଣିବା ପାଇଁ ଟିକେଟ୍‌ କାଉଣ୍ଟର ଆଗରେ ଦର୍ଶକଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା । ଗତକାଲି ରାତିରୁ ବାରବାଟୀରେ ଦର୍ଶକ ମାନେ ଲମ୍ବା ଧାଡ଼ି ଲାଗଇଥିବା ବେଳେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ଟିକେଟ୍‌ କିଣିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

- Advertisement -

ହେଲେ ଆଜି ଧସ୍ତାଧସ୍ତି ହେବା ସହ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଟିକେଟ୍‌ କାଉଣ୍ଟରରେ ମହିଳାଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର କାଉଣ୍ଟର କରାଯାଇଥିଲେ ମଧ୍ୟ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ମୋଟ୍‌ ୧୨ହଜାର ୯୩ଟି ଟିକେଟ୍‌ ଦର୍ଶକଙ୍କ ପାଇଁ ଉପଲବ୍ଧ ହେବ ବୋଲି ସୂଚନା ରହିଛି ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories