www.samajalive.in
Tuesday, December 9, 2025
15.1 C
Bhubaneswar

କୃଷକ ଉତ୍ପାଦକ ସଂଘ ପକ୍ଷରୁ କର୍ମଶାଳା

ବାଙ୍କୀ: ସ୍ଥାନୀୟ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ କୃଷକ ଉତ୍ପାଦକ ସଂଘର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବାଙ୍କୀ,ବାରଙ୍ଗ ଓ ନରସିଂହପୁର ବ୍ଲକର ନିର୍ଦ୍ଦେଶକ ମାନେ ଯୋଗଦେଇ ଅଂଚଳରେ କୃଷକ ମାନଙ୍କର ଉନ୍ନତି ଓ ଉତ୍ପାଦକ ସାମଗ୍ରୀର ବିକ୍ରି ଓ ପରିଚାଳନା ପାଇଁ କିଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ସେ ନେଇ ଆଲୋଚନା କରାଯାଇଛି। କୃଷି ସାମଗ୍ରୀକୁ ଉଚ୍ଚ ମାନର ବଜାର ମାଧ୍ୟମରେ ବିକ୍ରି ସୁବିଧା ଓ କୃଷକର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବା ପାଇଁ ଉତ୍ପାଦକ ସଂଘର ଲକ୍ଷ ସମ୍ପର୍କରେ ଅବଗତ କରାଯାଇଛି। ଉକ୍ତ କର୍ମଶାଳାକୁ ଭୂବନେଶ୍ୱର ସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତିର ସଭାପତି ଅଭୟ କୁମାର ସାମନ୍ତରାୟ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦ୍‍ଘାଟନ କରିଥିଲେ। ସିଦ୍ଧେଶ୍ବର ପାଇକରାୟ ସ୍ୱାଗତ ଭାଷଣ ଦେଇଥିଲେ ବେଳେ ନରସିଂହପୁର ବ୍ଲକର ସମାଜସେବୀ ସରୋଜ ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ସହକାରୀ ଉଦ୍ୟାନ ଅଧିକାରୀ ବିଜୟ କୁମାର ପଣ୍ଡା,ସଂଜୟ କୁମାର ବେଉରା,ବିଜୟ କୁମାର ସାହୁ ଓ ବସୁଧା ଟ୍ରଷ୍ଟର ସଭାପତି ଓକିଲ ଅଜୟ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories