ଭୁବନେଶ୍ଵର: ବାଣୀ ବିହାର କ୍ୟାମ୍ପସରେ ଏବିଭିପି ଛାତ୍ର ଓ ଅଣଛାତ୍ର ଗଣ୍ଡଗୋଳ ଘଟଣା। ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଭିସି ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ଅଣଛାତ୍ର ମାନଙ୍କୁ ବିଶ୍ଵ ବିଦ୍ୟାଳୟ କ୍ୟାମ୍ପସକୁ ପ୍ରବେଶ ନ କରାଇବା ପାଇଁ ଭିସିଙ୍କୁ ଦାବି ପତ୍ର ଦେବା ସହ ଧାରଣା ଦେଇଛନ୍ତି। ଆକ୍ରମଣ କରିଥିବା ଅଣଛାତ୍ରଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ଅନ୍ୟ ଗୋଷ୍ଠୀ ପକ୍ଷରୁ ମଧ୍ୟ ଥାନାରେ ପାଲଟା ଅଭିଯୋଗ ହୋଇଛି। ଗତକାଲି ବାଣୀବିହାର କ୍ୟାମ୍ପସ ଅଶାନ୍ତ ହୋଇଉଠିଥିଲା। ଏବିଭିପିର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲେ। ଗଣ୍ଡଗୋଳରେ ଦୁଇଜଣ ଛାତ୍ର ବାସୁଦେବ ପାଣିଗ୍ରାହୀ ଓ ହେମନ୍ତ ହାଁସଦା ଆହତ ହୋଇଥିଲେ । ଦୁଇ ଜଣକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଥିରୁ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହାର ପ୍ରତିବାଦରେ ଆଜି ଛାତ୍ରଛାତ୍ରୀମାନେ ଭିସି ଅଫିସ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି।
Popular Categories



