www.samajalive.in
Monday, December 8, 2025
14.1 C
Bhubaneswar

ସୂଚନା ଫଳକରେ ଚାଲିଛି କାମ, ଚାଷ ଜମିକୁ ଖନନ କରି ପୋତା ଯାଇଛି ବଡ଼ ପାଇପ

ବଙ୍ଗୋମୁଣ୍ଡା:କରୋନାରେ ଲୋକେ ହାହାକାର ହେଉଥିବା ବେଳେ ଅନେକ ଯୋଜନାରେ ମହା ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡାରୁ ମୁରିବାହାଲ ବ୍ଲକର କେତେକ ଗାଁରେ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ପକ୍ଷରୁ ଭୂତଳ ପାଇପ ପୋତା କାର୍ଯ୍ୟକ୍ରମ ଜାରି ରହିଛି। ଏହି କାର୍ଯ୍ୟକୁ ଆନ୍ଧ୍ରପ୍ରଦେଶର ମେଘା ଇଞ୍ଜିନିୟରିଂ କମ୍ପାନୀ ଠିକା ଦିଆ ଯାଇଥିବାର ଜଣାପଡିଛି। ହେଲେ ଏହା ବିନା ସୂଚନା ଫଳକରେ କାମ ଚାଲିଥିବା ବେଳେ ଅନେକ ଚାଷ ଜମିକୁ ଖନନ କରି ତହିଁରେ ବଡ଼ବଡ଼ ପାଇପ ପୋତା ଚାଲିଛି। ନିୟମ ଅନୁସାରେ ପାଇପ ପୋତିଲା ପରେ ପୁଣି ଉକ୍ତସ୍ଥାନକୁ ସମାନ କରିବା କଥା। ହେଲେ ପାଇପ ପୋତି ଦେଲା ପରେ ମାଟି, ବାଲି, ଗେଟି ଇତ୍ୟାଦି ନିର୍ମାଣ ସାମଗ୍ରୀ ଛାଡ଼ି ଦେଉଛନ୍ତି। ଯାହାଫଳରେ ହେକ୍ଟର ହେକ୍ଟର ଚାଷ ଜମି ବରବାଦ ହେଉଛି ବୋଲି ଅଭିଯୋଗ ହେଉଛି। ଏପରି କି ଗତ ବର୍ଷ ଅନେକ ଚାଷ ଜମିକୁ ଗାତ ଖୋଳି ଛାଡ଼ି ଦେବା ସହ ହିଡ଼ଗୁଡ଼ିକୁ ମଧ୍ୟ ଭାଙ୍ଗି ଦେଇ ଥିବାରୁ ଚାଷୀ ଚାଷ ନକରି ହଜାର ହଜାର ଟଙ୍କାର କ୍ଷତି ସହିଛନ୍ତି। ପୁଣି ଏହି ଚାଷ ଜମି ଭିତରେ ଯେଉଁ ଗଛଗୁଡ଼ିକ ରହିଛି ତାକୁ ମଧ୍ୟ ପାଇପ ପୋତିଲା ବେଳେ ଉପାଡ଼ି ଦେଉଛନ୍ତି।

 

- Advertisement -

ଅନ୍ୟପକ୍ଷରେ ଚାଷୀକୁ କୌଣସି କ୍ଷତିପୂରଣ ଦିଆ ଯାଉ ନଥିବା ଅଭିଯୋଗ ହେଉଥିବା ବେଳେ ମରାମତି ପାଇଁ କହିଲେ କମ୍ପାନୀ ପକ୍ଷରୁ ଧମକ ଦିଆଯାଉଛି ବୋଲି ଚାଷୀମାନେ କହିଛନ୍ତି। ଏନେଇ କନ୍ଦାଖାଲର ଜଣେ ଚାଷୀ ଧନଂଜୟ ହାତୀ ଅଭିଯୋଗ କଲା ପରେ ତାର କ୍ଷେତକକୁ କିଛିଟା ମରାମତି କରି ଦିଆ ଯାଇଥିବା ବେଳେ ଅନ୍ୟମାନଙ୍କ କ୍ଷେତ ସେମିତି ପଡ଼ିରହିଛି ବୋଲି କନ୍ଦାଖାଲ ତଥା ତେନ୍ତୁଲିଖୁଣ୍ଟିର ଚାଷୀମାନେ ଅଭିଯୋଗ କରିଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କ ଅଫିସକୁ ଯାଇ ସଂପର୍କ ରଖିଥିଲେ ସୁଦ୍ଧା ଯୋଗାଯୋଗ ହୋଇ ପାରି ନାହିଁ। ସଂପୃକ୍ତ କମ୍ପାନୀର ଏଜିଏମ ଶ୍ରୀନିବାସ ରାଓ ଆମ ପାଖରେ କିଛି କାଜଗପତ୍ର ନାହିଁ କହିବା ସହ ଅଧିକାରୀମାନେ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେ ଆକାରେ କାମ ଚାଲିଛି ବୋଲି କହିଥିଲେ। ତେବେ ଏହି କାର୍ଯ୍ୟରେ ଚାଷୀଙ୍କ ପାଇଁ କ୍ଷତିପୂରଣ ସକାଶେ ଦିଆ ଯାଉଥିବା ଟଙ୍କାର ମହା ଦୁର୍ନିତିର ଗଂଧ ହେଉଥିବାର ଅଭିଯୋଗ ହେଉଛି। ଏଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories