କୋଲକାତା : କୋଲକାତା ବନ୍ଦରରେ ଭାରତୀୟ ଜାହଜକୁ ଧକ୍କା ଦେଇ ଗୁରୁବାର ଏକ ବାଂଲାଦେଶୀ ଡଙ୍ଗା ହୁଗଲି ନଦୀରେ ବୁଡ଼ି ଯାଇଥିବା ଜଣାପଡିଛି। ପଶ୍ଚିମବଙ୍ଗର ଦକ୍ଷିଣ-୨୪ ପରଗାନା ଜିଲାର ବଜ୍-ବଜ୍ ନିକଟ ଆକଡା ଠାରେ ଏହି ଦୁର୍ଘଟଣା ଘଟିଛି।
କୋଲକାତା ପୋର୍ଟ ଟ୍ରଷ୍ଟ ମୁଖପାତ୍ର ସଞ୍ଜୟ ମୁଖାର୍ଜୀ କହିଛନ୍ତି ଯେ, ଏକ ବାଂଲାଦେଶୀ ଡଙ୍ଗା ଭୁଲ ଦିଗକୁ ଆସି ଆମେ ପଠାଉଥିବା ଜାହାଜକୁ ଧକ୍କା ଦେଇଥିଲା। ଏହାଦ୍ୱାରା ଜାହାଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।
ଭାରତୀୟ ଜାହାଜ ସହ ପିଟି ହୋଇ ବୁଡ଼ିଲା ବାଂଲାଦେଶୀ ଡଙ୍ଗା
Popular Categories



