www.samajalive.in
Monday, December 8, 2025
14.1 C
Bhubaneswar

ବନଫୁଲ ପକ୍ଷରୁ ଅସହାୟ,ଗରିବ ଓ ନିରାଶ୍ରୟ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଭୁବନେଶ୍ବର : ସାମାଜିକ ଅନୁଷ୍ଠାନ ବନଫୁଲ ସହଯୋଗ ସମିତି ରାଜ୍ୟର ଅସହାୟ, ରୋଗୀ, ଗରିବ ଓ ନିରାଶ୍ରୟ ମାନଙ୍କୁ ସହଯୋଗର ହାତ ବଢାଉଛି। ଅସହାୟ ମଣିଷମାନଙ୍କ ଘରେ ପହଞ୍ଚି ବନଫୁଲ ସହଯୋଗ ସମିତି ଆର୍ଥିକ ସହାୟତା କରୁୁଛି । ଗତମାସରେ ବନଫୁଲ ସହଯୋଗ ସମିତି କେନ୍ଦ୍ରାପଡା ଜିଲ୍ଲାର ଗରିବ ଚାଷୀ ଦଧିବାମାନ ସାହୁଙ୍କ ବ୍ରେନ୍ ଷ୍ଟ୍ରୋକ ଖବର ପାଇ ତାଙ୍କ ଘରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲା । ସେହିପରି କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଅସହାୟ ମଣିଷ ହୃଷି ରଣା, ଡାଂଗମାଳ ଗାଁର ଗିରିଧାରୀ ବେହେରା ଓ କଟକ ଜିଲ୍ଲାରେ ପକ୍ଷାଘାତ ପୀଡିତ ରମେଶ ବେହାରା ପ୍ରମୁକ୍ଷଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହା ସହିତ ସହଯୋଗ ସମିତି ସମାଜରେ ଅସହାୟ ମାନସିକ ବିକୃତ ବ୍ୟକ୍ତିମାନଙ୍କୁ ଖାଦ୍ୟ ଦେବା ସହ ପଶୁପକ୍ଷୀମାନଙ୍କୁ ମଧ୍ୟ ଖାଦ୍ୟ ଓ ସୁରକ୍ଷା ଯୋଗେଇ ଆସୁଛି । ସହଯୋଗ ସମିତିର ଏହି ମହତ କାର୍ଯ୍ୟ ଦେଖି ସାରା ଓଡିଶାରେ ଶୁଭେଚ୍ଛା ଓ ସାଧୁବାଦ ବାର୍ତ୍ତା ଆସି ପହଞ୍ଚିଛି । ଅନୁଷ୍ଠାନର ନିର୍ଦ୍ଦେଶକ ପବିତ୍ର ବ୍ରହ୍ମପୁତ୍ର ନାୟକ ସମାଜର ଅସହାୟ ମଣିଷଙ୍କ ପାଖକୁ ସହଯୋଗର ହାତ ଲମ୍ବି ଆସିବା ସଙ୍ଗେ ସଙ୍ଗେ ସମସ୍ତେ ସମାଜ ସେବା କରିବା ଆବଶ୍ୟକ ବୋଲି କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories