www.samajalive.in
Sunday, December 7, 2025
18.1 C
Bhubaneswar

ମରଣ ଯନ୍ତା ପାଲଟିଛି ଘାଘରା ପୋଲ

ନୀଳଗିରି : ବିପଦରେ ବାଲେଶ୍ୱର ଜିଲ୍ଲାର ଘାଘରା ପୋଲ । ସେରଗଡ଼-ଉଦଳା ୧୯ନଂ ରାଜ୍ୟ ରାଜପଥର ସଜନାଗଡ଼ ନିକଟରେ ଥିବା ଘାଘରା ପୋଲ ଏବେ ପାଲଟିଛି ମରଣ ଯନ୍ତା । ଛିଡ଼ା ହୋଇ ରହିଥିବା ଏହି ପୋଲଟି କେତେବେଳେ ବି ଭୁଶୁଡ଼ିଯାଇପାରେ । ଆଉ ଅକାଳରେ ଚାଲିଯାଇପାରେ ନିରୀହ ଜୀବନ । ଏକଥା ଆମେ କହୁନୁ ଏ ଦୃଶ୍ୟକୁ ଯିଏ ବି ଦେଖିବେ ତାଙ୍କ ମନରେ ଏମିତି ପ୍ରଶ୍ନ ନିଶ୍ଚୟ ସୃଷ୍ଟି ହେବ । କାରଣ ପୋଲଟି ଧୀରେ ଧୀରେ ଦୁର୍ବଳ ହେବା ସହ ମାଟିରେ ଲୋଟିବାକୁ ବସିଲାଣି ।
ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ଏପରି ଅବସ୍ଥା ହୋଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଫଳରେ ଯାତ୍ରୀଙ୍କ ଜୀବନ ବିପଦ ମଧ୍ୟକୁ ଠେଲି ହୋଇ ଯାଇଛି। ଅଦିନଆ ବର୍ଷା ଯୋଗୁ ଘାଘରା ପୋଲ ଭୁଶୁଡ଼ି ପଡ଼ିବାର ମଧ୍ୟ ସମ୍ଭାବନା ରହିଛି । ପୋଲଟି ଭୁଶୁଡ଼ି ପଡ଼ିବା ପରେ ମୟୂରଭଞ୍ଜ ଓ ବାଲେଶ୍ଵରକୁ ଯୋଗାଯୋଗ ବିଚ୍ଛିନ୍ନ ହେବ । ଘଟଣାକୁ ନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ହେଲେ କୌଣସି ପଦକ୍ଷେପ ମଧ୍ୟ ନେଇନଥିବା ଅଭିଯୋଗ ହୋଇଛି ।

ଏହି ଘାଘରା ପୋଲ ରାଜାରାଜୁଡ଼ା ଅମଳରୁ ନିର୍ମିତ ହୋଇଛି । ପୋଲଟି ପୁରୁଣା ହୋଇଯାଇଥିବାରୁ ପୂର୍ତ୍ତ ବିଭାଗ ପକ୍ଷରୁ ନୂତନ ପୋଲର ମଧ୍ୟ ନିର୍ମାଣ କରାଯାଉଛି । ଅନେକ ବିଳମ୍ବରେ ବିଭାଗ ପକ୍ଷରୁ ଏହିକାମ ହାତକୁ ନିଆଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇଛି । ହେଲେ ନୂତନ ପୋଲ ନିର୍ମାଣ ପାଇଁ ଘାଘରା ପୋଲର କଡ଼ରୁ ବହୁ ପରିମାଣର ମାଟି କଟାଯାଇଛି । ଯାହାଦ୍ୱରା ଘାଘରା ପୋଲଟି ଭୁଶୁଡ଼ିବା ପରି ରହିଛି । ପୋଲ ଉପରେ ଭାରି ଯାନ ଯିବା ଦ୍ୱରା ମାଟି ଅତଡ଼ା ମଧ୍ୟ ଖସୁଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ସ୍ଥାନୀୟ ଅଞ୍ଚଳବାସୀ ମାନେ ପୋଲ ନିର୍ମାଣ ସଠିକ୍‍ ଭାବେ କରିବାକୁ ଦାବି କରିଛନ୍ତି । ଘାଘରା ପୋଲ ବିପଦ ସଂକୁଳନ ଅବସ୍ଥାରେ ଥିବାରୁ ପୋଲ ଉପରେ ଯାତାୟାତକୁ ବନ୍ଦ କରିଛନ୍ତି ବାସିନ୍ଦା । ଏଥିସହ ଖୁବଶୀଘ୍ର ଏହାର ସ୍ଥାୟୀ କାର୍ଯ୍ୟ କରିବାକୁ ଦାବି ହୋଇଛିି ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories