www.samajalive.in
Sunday, December 7, 2025
26.1 C
Bhubaneswar

ମୋଦୀଙ୍କୁ ଦର୍ପଣ ପଠାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ଏବେ ମହାସଂଗ୍ରାମରେ ପରିଣତ ହୋଇଯାଇଛି। ନିର୍ବାଚନକୁ ନେଇ ସବୁ ଦଳ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବିଭିନ୍ନ ସ୍ଥାନରେ ପ୍ରଚାର ଶୋଭାଯାତ୍ରା ଆରମ୍ଭ କରିଦେଇଥିବା ବେଳେ ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏଭଳି ପରିସ୍ଥିତିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉପହାରସ୍ବରୂପ ଏକ ଦର୍ପଣ ପଠାଇଛନ୍ତି।

ନିକଟରେ କଂଗ୍ରେସ ଛତିଶଗଡ଼ରେ ସରକାର ଗଢ଼ିଛି। ବଘେଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି ଏକ ଟ୍ବିଟ୍‌ ମଧ୍ୟ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି, ଦର୍ପଣକୁ ଏଭଳି ଏକ ଜାଗାରେ ରଖିବେ ଯେଉଁ ବାଟ ଦେଇ ଆପଣ ନିୟମିତ ଯିବାଆସିବା କରୁଥିବେ। ଏହି ଦେଶର ୧୨୫ ନାଗରିକ ନିର୍ବାଚନରେ ଆପଣଙ୍କୁ ଦର୍ପଣ ଦେଖାଇବେ। ମୁଁ ଆପଣଙ୍କୁ ଏହି ଦର୍ପଣ ଉପହାରସ୍ବରୂପ ପଠାଇଛି। ଏହାକୁ ଆପଣ ଲୋକକଲ୍ୟାଣ ମାର୍ଗରେ ଥିବା ନିଜ ବାସଭବନର ଏପରି ଜାଗାରେ ରଖିବେ ଯେଉଁ ବାଟ ଦେଇ ଅଧିକ ଥର ଯିବାଆସିବା କରୁଥିବେ। ଫଳରେ ଦର୍ପଣରେ ଆପଣଙ୍କ ଚେହେରାକୁ ବାରମ୍ବାର ଦେଖିବେ ଏବଂ ନିଜର ଅସଲ ଚେହେରାକୁ ଚିହ୍ନିବାକୁ ଚେଷ୍ଟା କରିପାରିବେ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories