ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ରୁଦ୍ର ପ୍ରୟାଗର ଘୋଲଥିରରେ ଅଭାବନୀୟ ଘଟଣା ଘଟିଛି। ଏକ ଯାତ୍ରୀବାହୀ ଟ୍ରାଭେଲର ଭାରସାମ୍ୟ ହରାଇ ନଦୀକୁ ଖସି ପଡିଛି। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଲୋକ ନିଖୋଜ ଥିବା ଜଣାପଡିଛି। ଗାଡିରେ ପ୍ରାୟ ୧୯ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଆଜି ସକାଳେ ଟ୍ରାଭେଲଟି ଯାତ୍ରୀ ମାନଙ୍କୁ ନେଇ ବଦ୍ରିନାଥ ଦର୍ଶନ ପାଇଁ ଯାଉଥିଲା। ହେଲେ ଋଷିକେଶ ବଦ୍ରିନାଥ ରାଜପଥର ଘୋଲଥିର ନିକଟରେ ନିୟନ୍ତ୍ରଣ ହରାଇ ଅଳକାନନ୍ଦା ନଦୀକୁ ଖସିପଡିଛି। ପରେ ଖବର ପାଇ ପୁଲିସ ଏବଂ ଏସଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେପଟେ ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଦୁଃଖ ପ୍ରକାଶ କରିଛନ୍ତି।
Popular Categories



