ପାଟଣା: ଢେଙ୍କିକୋଟ ସନ୍ନିକଟ ଲଙ୍ଗଳକଣ୍ଟି ଗ୍ରାମର ମୁଣ୍ଡା ସାହିର ତ୍ରିନାଥ ମୁଣ୍ଡାଙ୍କ ୨ ବର୍ଷର ପୁଅ ଘନ ମୁଣ୍ଡା ଗତକାଲି ଅପରାହ୍ନରେ ଘର ପାଖରେ ଥିବା ପୋଖରୀ ରେ ବୁଡ଼ିଯାଇ ପ୍ରାଣ ହରାଇଛି। ଘରେ ବାପା ମାଆ ଧାନ କାଟିବା ପାଇଁ ବିଲକୁ ଯାଇଥିବା ସମୟରେ ଶିଶୁଟି ଖେଳୁ ଖେଳୁ ପୋଖରୀରେ ବୁଡିଯାଇଥିଲା। ତ୍ରିନାଥ ଓ ତାଙ୍କ ପତ୍ନୀ ଅପରାହ୍ନ ୫ଟାରେ ଘରକୁ ଫେରିବା ପରେ ପୁଅକୁ ଖୋଜି ନପାଇବା ପରେ ଖୋଜା ଖୋଜି ସମୟରେ ଘନ ମୁଣ୍ଡା(୨) ପୋଖରୀରେ ବୁଡିଯାଇଥିବା ଜଣାପଡିଥିଲା। ଶିଶୁଟିକୁ ଉଦ୍ଧାର କରାଯାଇ ଘଟଗାଁ ମେଡିକାଲ୍ ନିଆଯାଇଥିବା ବେଳେ ଡ଼ାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଛନ୍ତି।
Popular Categories



