www.samajalive.in
Tuesday, December 9, 2025
15.1 C
Bhubaneswar

ଟେଷ୍ଟ ଓ ଟି-୨୦ରେ ଅଷ୍ଟ୍ରେଲିଆକୁ ୧ନଂ ମାନ୍ୟତା

ଦୁବାଇ : ଆଇସିସି ଟେଷ୍ଟ ମାନ୍ୟତାରେ ଭାରତ ଶୀର୍ଷ ସ୍ଥାନ ହରାଇଛି । ସାଢେ ନିତି ବର୍ଷ ପରେ ଭାରତ ଏହି ଏକ ନମ୍ବର ମାନ୍ୟତା ହରାଇଛି । ଅଷ୍ଟ୍ରେଲିଆ ଟେଷ୍ଟ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଛି। ସେହିପରି  ଅଷ୍ଟ୍ରେଲିଆ ମଧ୍ୟ ପ୍ରଥମ ଥର ପାଇଁ ଟି -୨୦ ମାନ୍ୟତାରେ ଏକ ନମ୍ବର ଦଳ ହୋଇପାରିଛି । ଆଇସିସି ଶୁକ୍ରବାର ଦିନ ବାର୍ଷିକ ମାନ୍ୟତା ପ୍ରକାଶ କରିଛି ଯେଉଁଥିରେ କୋଚ୍ ଜଷ୍ଟିନ ଲେଙ୍ଗରଙ୍କ ନେତୃତ୍ୱରେ କଙ୍ଗାରୁ ଦଳ ଏକ ନମ୍ବର ସ୍ଥାନରେ ରହି ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତକୁ ଦୁଇ ଅଙ୍କ ବିଶିଷ୍ଟ ବ୍ୟବଧାନରେ ରେ ପରାସ୍ତ କରିଛି । ୨୦୦୩ରେ ଏହି ମାନ୍ୟତା ଆରମ୍ଭ ହେବା ପରେ ଏହା କେବଳ ଦ୍ୱିତୀୟ ଥର, ଯେତେବେଳେ ଶ୍ରେଷ୍ଠ ତିନିଟି ଦଳର ଏତେ ଅଙ୍କ ଥିଲା ।

ଭାରତ ଏହି ଦୁଇ ଫର୍ମାଟର କ୍ରିକେଟରେ ୩ୟ ସ୍ଥାନରେ ରହିଛି ।

- Advertisement -

ତେବେ ୨୦୧୬ ଅକ୍ଟୋବର ପରଠାରୁ ଭାରତ ପ୍ରଥମ ଥର ପାଇଁ ଟେଷ୍ଟ ମାନ୍ୟତାରେ ଶୀର୍ଷରେ ରହି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଏହି ଅଗ୍ରଣୀ ବଜାୟ ରଖିଥିଲା । ଟେଷ୍ଟ ଚାମ୍ପିଅନସିପ୍ ଲିଗର ଶ୍ରେଷ୍ଠ ନଅ ଦଳ ମଧ୍ୟରେ ୬ଟି ସିରିଜ୍ ଖେଳାଯାଇଥିଲା। ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବିବୃତ୍ତି ଅନୁଯାୟୀ, ଭାରତ ନିଜର ସ୍ଥାନ ହରାଇଲା କାରଣ ସେମାନଙ୍କର ୨୦୧୬ ଟେଷ୍ଟ ରେକର୍ଡ ୧୨ ଟି ଟେଷ୍ଟ ବିଜୟ ଏବଂ ୨୦୧୬-୧୭ ରେ ଗୋଟିଏ ଟେଷ୍ଟ ହାରିଥିବାରୁ ସର୍ବଶେଷ ମାନ୍ୟତାରୁ ଦଳକୁ ହଟାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories