www.samajalive.in
Sunday, December 7, 2025
26.1 C
Bhubaneswar

ଲକ୍ଷ୍ମୌରେ କାଶ୍ମୀରୀ ବ୍ୟବସାୟୀଙ୍କୁ ମାଡ଼

ଲକ୍ଷ୍ମୌ: ପୁଲୱାମା ଆକ୍ରମଣ ପରଠାରୁ କାଶ୍ମୀର ନାଗରିକଙ୍କ ଉପରେ ବିଭିନ୍ନ ରାଜ୍ୟରେ ଆକ୍ରମଣ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜଣେ କାଶ୍ମୀରୀ ବ୍ୟବସାୟୀଙ୍କୁ ମାଡ଼ ମରାଯାଇଛି। ଆକ୍ରମଣର ଶିକାର ହୋଇଛନ୍ତି ମହମ୍ମଦ ଅଫଜଲ ନାୟକ। ଜାମ୍ମୁ-କାଶ୍ମୀର କୁଲଗାମର ଚିଲର ନୁରାବାଗ ଅଞ୍ଚଳରେ ତାଙ୍କ ଘର। ସେ ଲକ୍ଷ୍ନୌର ହସନଗଞ୍ଜ ଅନ୍ତର୍ଗତ ଡାଲିଗଞ୍ଜ ପୋଲ ଉପରେ ଡ୍ରାଏ ଫ୍ରୁଟ୍ସ ବିକ୍ରି କରନ୍ତି। ବୁଧବାର ସେ ବ୍ୟବସାୟ କରୁଥିବାବେଳେ ସ୍ଥାନୀୟ ୩/୪ ଜଣ ଯୁବକ ପହଞ୍ଚି ତାଙ୍କୁ ଏଠାରେ କ’ଣ ପାଇଁ ବ୍ୟବସାୟ କରୁଛ ବୋଲି ପଚାରିଥିଲେ ଏବଂ ଅଫଜଲ କିଛି ଉତ୍ତର ଦେବା ପୂର୍ବରୁ ସେମାନେ ତାଙ୍କୁ ମାରପିଟ କରିଥିଲେ। ଏହା ଦେଖି ସ୍ଥାନୀୟ ଲୋକମାନେ ବିରୋଧ କରିବାରୁ ଆକ୍ରମଣକାରୀମାନେ ଖସି ପଳାଇଥିଲେ। ତେବେ ଅଫଜଲଙ୍କୁ ମାଡ଼ ମରାଯାଉଥିବା ବେଳେ କେତେଜଣ ଲୋକ ଏହାର ଭିଡିଓ କରି ଭାଇରାଲ କରିଥିବା ଦେଖିବାକୁ ମିଳିଛି।

ଅଫଜଲ ଘଟଣା ସମ୍ପର୍କରେ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା କେତେକ ଜାତୀୟ ସ୍ତରୀୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories