www.samajalive.in
Sunday, December 7, 2025
18.1 C
Bhubaneswar

ଦକ୍ଷିଣ କେନାଲ ପାଇପଲାଇନ କର୍ମଚାରୀଙ୍କୁ ଆକ୍ରମଣ, ଥାନାରେ ଅଭିଯୋଗ

ଆଠଗଡ଼: ଆଠଗଡ଼ରେ କାର୍ଯ୍ୟରତ ରେଙ୍ଗାଲି ଦକ୍ଷିଣ କେନାଲ ପାଇପଲାଇନ କାମରେ ନିୟୋଜିତ ଠିକାସଂସ୍ଥାର କର୍ମଚାରୀଙ୍କୁ ଦାଦା ବଟି ପାଇଁ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ବିବରଣୀରୁ ପ୍ରକାଶ ଯେ, ବୁଧବାର ଅପରାହ୍ନରେ ଆଠଗଡ଼ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର(ସୋଲଗାଡିଆ) ରାସ୍ତା କଡରେ ପାଇପଲାଇନ ବିଛା କାର୍ଯ୍ୟ ହେଉଥିଲା। କାମ ନେଇଥିବା ଠିକା ସଂସ୍ଥା ଗୁରୁ ମହାରାଜା ଇଞ୍ଜିକମର ପ୍ରକଳ୍ପ ପରିଚାଳକ ତୁଷାରକାନ୍ତ ବିଶ୍ବାଳ ଓ ତାଙ୍କର ଆଠ ଜଣ ସହଯୋଗୀ କାର୍ଯ୍ୟର ତଦାରଖ କରୁଥିଲେ। ସେତିକି ବେଳେ କିଛି ଯୁବକ ହଠାତ ଆସି ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ବିଧାୟକଙ୍କୁ ନ ପଚାରି କେମିତି କାମ କରୁଛ ବୋଲି ପଚାରିବା ସହ ଦାଦା ଏକ ଲକ୍ଷ ଟଙ୍କା ବଟି ମାଗିଥିଲେ। ତୁଷାରକାନ୍ତ ଦେବା ପାଇଁ ଅସମର୍ଥ ବୋଲି କହିବାରେ ସେମାନେ ତାଙ୍କ ଉପରେ ଆକ୍ରମଣ କରି ନଗଦ ୨୦ ହଜାର ଟଙ୍କା ଛଡାଇ ନେଇଥିଲେ। ସେହିପରି ଗୋଟିଏ ମୋବାଇଲ ଭଙ୍ଗାରୁଜା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାସହ ଆକ୍ରମଣ କରିଥିବା ନେଇ ଆଠଗଡ଼ ଥାନାରେ ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ସଂସ୍ଥାର ପ୍ରକଳ୍ପ ପରିଚାଳକ ତୁଷାରକାନ୍ତ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଠଗଡ଼ ପୁଲିସ ଏ ସମ୍ପର୍କିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ମଧ୍ୟରୁ କାହାରିକୁ ଗିରଫ କରାଯାଇ ନ ଥିବା ଜଣାପଡ଼ିଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories