ଆଠଗଡ : ପୌର ନିର୍ବାଚନର ନାମାଙ୍କନ ଦାଖଲର ଶେଷ ଦିନରେ ଆଠଗଡ ଏନଏସିର ଅଧ୍ୟକ୍ଷ ପଦବୀ ଲାଗି ୭ଜଣ ଏବଂ ୧୮ଟି ୱାର୍ଡ ପାଇଁ ୪୮ଜଣ କାଉନସିଲର ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି । ପ୍ରମୁଖ ରାଜନୈତିକ ଦଳ ବିଜୁ ଜନତା ଦଳ ପକ୍ଷରୁ ଅଧ୍ୟକ୍ଷଙ୍କ ସମେତ ୧୮ଟି ୱାର୍ଡର କାଉନସିଲର ପାର୍ଥୀ, ବିଜେପି ଓ କଂଗ୍ରେସର ଅଧ୍ୟକ୍ଷ ସମେତ କାଉନସିଲର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ୩ଟି ଯାକ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଶତାଧିକ ସମର୍ଥକଙ୍କ ସହ ସହର ପରିକ୍ରମା କରି ଏନଏସି କାର୍ଯ୍ୟାଳୟ ସନ୍ନିକଟ ବିଜୁ ପଟ୍ଟନାୟକ କଲ୍ୟାଣ ଠାରେ ନିର୍ବାଚନ ଅଧିକାରୀ ତଥା ତହସିଲଦାରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଠଗଡ ଏନଏସିର ଅଧ୍ୟକ୍ଷ ପଦବୀଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ବିଜୁ ଜନତା ଦଳର ପ୍ରାର୍ଥୀ ସସ୍ମିତା ରାଉତ, ଜାତୀୟ କଂଗ୍ରେସର ପ୍ରାର୍ଥୀ ଅରୁପମା ଭକ୍ତା, ଭାରତୀୟ ଜନତା ପାର୍ଟିର ଇଲା ପଣ୍ଡା, ସ୍ୱାଧୀନ ଭାବେ ବେବିନାରାଣୀ ମହାନ୍ତି ଓ ଅନ୍ନପୂର୍ଣ୍ଣା ସାମଲ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସୂଚନା ଥାଉକି ରବିବାର ଭାରତୀୟ ଜନତା ପାର୍ଟୀର ୭ଜଣ କାଉନସିଲର ପାର୍ଥୀ ଏବଂ ଜଣେ ସ୍ୱାଧୀନ କାଉନସିଲର ପ୍ରାର୍ଥ ନାମାଙ୍କନ ଦାଖଲ କରିଥିବାବେଳେ ସୋମବାର ଅନ୍ତିମ ଦିନରେ ଆଉ ୪୮ଜଣ କାଉନସିଲର ପ୍ରାର୍ଥୀ ନାମାଙ୍କନ କରିଥିବାରୁ ଆଠଗଡର ମୋଟ ୧୮ଟି ୱାର୍ଡ ପାଇଁ ପ୍ରାର୍ଥୀଙ୍କ ସଂଖ୍ୟା ୫୬ ରହିଥିବା ଜଣାପଡିଛି। ସବୁ ରାଜନୈତିକ ଦଳର ବହୁ ସଂଖ୍ୟକ ସମର୍ଥକ ଏକ ସଙ୍ଗରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପକୁ ଆସିବା ଫଳରେ ସେଠାରେ ଲୋକାରଣ୍ୟ ହୋଇଯାଇଥିଲା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆଇଆଇସି ବାମଦେବ ସ୍ୱାଇଁ ଓ ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିସି ବହୁ ସଂଖ୍ୟକ ପୁଲିସ ଅଧିକାରୀ ଓ କର୍ମଚାରୀ ସେଠାରେ ଉପସ୍ଥିତ ରହିଥିଲେ
Popular Categories



