www.samajalive.in
Tuesday, December 9, 2025
26.1 C
Bhubaneswar

ସାଂସଦ ଅନୁମୋଦନ କଲେ ୯ଟି ପିଏମ୍‌ଜିଏସ୍‌ୱାଇ ରାସ୍ତା, ଅଞ୍ଚଳବାସୀଙ୍କ ମଧ୍ୟରେ ଆସ୍ୱସ୍ତି

ଆଠମଲ୍ଲିକ : ସମ୍ବଲପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମଜିଏସଇ)ରେ ସମୁଦାୟ ୯ ଟି ରାସ୍ତାକୁ ସମ୍ବଲପୁର ଲୋକସଭା ସଦସ୍ୟ ନିତେଶ ଗଙ୍ଗଦେବ ଅନୁମୋଦନ କରିଥିବା ସାଂସଦଙ୍କ ଆଠମଲ୍ଲିକ ପ୍ରତିନିଧ ପରେଶ ଚନ୍ଦ୍ର ଦେଓ ସୂଚନା ଦେଇଛନ୍ତି ।

ଏହି ୯ ଟି ରାସ୍ତା ହେଲା ଆଠମଲ୍ଲିକ ବ୍ଲକର ପିତାବାହଳ ଛକ ଠାରୁ ତରଣ୍ଡା ଦେଇ ବିପ୍ରଡିହି, ଅକ୍ଷରକଟା ରୁ ଗିରିଦା ଦେଇ ପୋଡାପଦର, ମଇମୁରା ଠାରୁ ସୋମନାଥପୁର, କଇଁତ୍ରାଗଡ଼ ବାମୁର ରାସ୍ତା, ଆମ୍ବସରମୁଣ୍ଡା ଠାରୁ ଶିଆରିମଳିଆ । ସେହିପରି କିଶୋରନଗର ବ୍ଲକର ବୈରାଗୀପାଲି ଠାରୁ ବାମୁର ଦେଇ ଜାମୁନାଳି, ଡିମିରିମୁଣ୍ଡା ଠାରୁ ଡାଳପକା, ରଣିଆକଟା ଠାରୁ ସଂଜାମୁରା ଦେଇ ବଳରାମପଦର ଏବଂ ପି ଡବ୍ଲୁ ଡି ରାସ୍ତା ଠାରୁ ତୁଳସୀପୁର ଦେଇ କୁସୁଣି ଗ୍ରାମ ମଧ୍ୟରେ ଏହି ରାସ୍ତା ନିର୍ମାଣ ହେବ ବୋଲି ସୂଚନା ମିଳିଛି । ଏହି ୯ ଟି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରେ ରାସ୍ତା ନିର୍ମାଣ ହେଲେ ସମ୍ପୃକ୍ତ ଗ୍ରାମାଞ୍ଚଳ ରେ ଗମନାଗମନ ସୁଗମ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories