ଆଠଗଡ ସହର ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ

ଆଠଗଡ:  ପୁରୁଣା କଟକ-ସମ୍ବଲପୁର ମୁଖ୍ୟ ରାସ୍ତାଟି  ଆଠଗଡ ସହର ମଧ୍ୟ ଦେଇ ଯାଇଛି । ଏହି ରାସ୍ତାଟି ମାଧବପୁର, ଘଣ୍ଟିଖାଲ ଓ ଧବଳେଶ୍ୱର ବାଟ ଦେଇ କଟକ ପର୍ଯ୍ୟନ୍ତ ସଂଯୋଗ କରୁଥିବାରୁ ପ୍ରତ୍ୟହ ଏଥିରେ ଶହ ଶହ ଗାଡିମଟର କଟକ, ମଙ୍ଗୁଳି ଓ ଭୁବନେଶ୍ବର ଯିବାଆସିବା କରିଥାଆନ୍ତି । ଏହାଛଡା ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ଆଠଗଡ ଉପଖଣ୍ଡ ଡାକ୍ତରଖାନାକୁ ରୋଗୀ ଯିବାଆସିବା କରିଥାଆନ୍ତି । ତେବେ ଉକ୍ତ ରାସ୍ତାର ଚାନ୍ଦବାଲି ଛକଠାରୁ କନ୍ତୋଲ ନିକଟବର୍ତ୍ତୀ ସାପୁଆ ନଦୀ ପର୍ଯ୍ୟନ୍ତ ୨ କିମି ମଧ୍ୟରେ ଅନେକ ସ୍ଥାନରେ ଖାଲଖମା ପରିପୂର୍ଣ୍ଣ ହେବା ଦ୍ବାରା ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡିଲାଣି।  ବିଶେଷକରି ଡାକ୍ତରଖାନା ନିକଟରେ ଓ ରାସରସିକପୁର ଛକଠାରୁ ଝରଣ ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡଲାଣି । ସହର ମଧ୍ୟସ୍ଥ ଏହି ରାସ୍ତାରେ ସୃଷ୍ଟି ହୋଇଥିବା ବଡ ବଡ ଖାଲରେ ବର୍ଷାଜଳ ଭରି ହୋଇଯାଉଥିବାରୁ ଖାଲର ଗଭୀରତା ଜାଣିନପାରି ବାଇକ୍ ଚାଳକ ଖାଲରେ ପଡି ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ସେହି ରାସ୍ତାରେ ଏହିପରି ପ୍ରତିଦିନ କିଛି ନା କଛି ଦୁର୍ଘଟଣା ଘଟି ବାଇକ ଆରୋହୀ ଆହତ ହେଉଥିବା ଦେଖାଯାଉଛି ।

 

prayash

ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ଖାଲଖମା ମରାମତି କରିଥିଲେ ରାସ୍ତାର ଏପରି ଶୋଚନୀୟ ଅବସ୍ଥା ହୋଇନଥାନ୍ତା। ନବୀକରଣ କରୁଥିବା ଠିକାସଂସ୍ଥାର ମନମୁଖୀ କାର୍ଯ୍ଯ ଯୋଗୁଁ କାର୍ଯ୍ୟ ଶେଷ ହେବାର ଅବଧି ସରିଯାଇଥିଲେ ମଧ୍ଯ ଏବେ ଆହୁରି ୪୦ ପ୍ରତିଶତ କାମ ବାକିପଡିଛି । ଅନ୍ୟ ପକ୍ଷରେ ଉକ୍ତ ରାସ୍ତା କାମ ନିମ୍ନମାନର ହେଉଥିବା ମଧ୍ଯ ଅଭିଯୋଗ ହେଉଛି । ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଖାଲଖମା ପରିପୂର୍ଣ୍ଣ ସହର ମଧ୍ଯସ୍ଥ ଉକ୍ତ ରାସ୍ତାର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେବା ସହିତ ନିନିର୍ମାଣାଧିନ ଉକ୍ତ ରାସ୍ତାର ମାନ ପ୍ରତି ଧ୍ଯାନ ଦେବାକୁ ସାଧାଗରଣରେ ଦାବି ହେଉଛି।

kalyan agarbati

Comments are closed.