www.samajalive.in
Sunday, December 7, 2025
13.1 C
Bhubaneswar

ସମତା ଭିତ୍ତିକ ସମାଜ ଗଠନ ଗାନ୍ଧିଙ୍କ ସ୍ୱପ୍ନ ଥିଲା

ଆଠଗଡ଼: ଆଠଗଡ଼ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସନ୍ଧ୍ୟାରେ ସ୍ଥାନୀୟ ଲକ୍ଷ୍ମୀବଜାର ମଣ୍ଡପରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସ୍ୱାଧୀନୋତ୍ତର ଭାରତବର୍ଷରେ ଏକ ସମତା ଭିତ୍ତିକ ସମାଜ ଗଠନ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନ ଥିଲା ବୋଲି ମତବ୍ୟକ୍ତ କରିଥିଲେ। ତେବେ ଦେଶରେ ସାଂପ୍ରଦାୟିକ ବିଭେଦ ସୃଷ୍ଟିକାରୀ ସକ୍ରିୟ ଥିବାରୁ ସମତା ଭିତ୍ତିକ ସମାଜ ଗଠନ ଦିଗରେ ବାଧା ସୃଷ୍ଟି ହେଉଛି ଏବଂ ଏହା ଗଣତନ୍ତ୍ର ପାଇଁ ବିପଦ ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। କ୍ରାନ୍ତି ଦିବସରେ ଦେଶର ସ୍ୱାଧୀନତା ଆନ୍ଦୋଳନରେ ବଳିଦାନ ଦେଇଥିବା ମହାନ ଦେଶଭକ୍ତଙ୍କୁ ଶ୍ରୀ ସ୍ୱାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏଥିରେ ମୁଖ୍ୟବକ୍ତା ଭାବେ ସର୍ବୋଭାରତୀୟ ଛାତ୍ର ସଂଗଠନର କର୍ମକର୍ତ୍ତା ମନୋଜ କୁମାର କର ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ପ୍ରାକ୍ତନ ପ୍ରାଧ୍ୟାପକ ଅଭିରାମ ବିଶ୍ୱାଳ ଭାରତର ସ୍ୱାଧୀନତା ସଂଗ୍ରାମରେ ଅଗଷ୍ଟ କ୍ରାନ୍ତି ଦିବସ ଓ ଭାରତ ଛାଡ ଆନ୍ଦୋଳନର ମହତ୍ୱ ଏବଂ ବିଶେଷତ୍ୱ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଆଠଗଡ଼ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ବିନୋଦ କୁମାର ମାଝିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ରବୀନ୍ଦ୍ରନାଥ ରାଉତ, ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟ ଓ ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ। ବ୍ଲକ ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି ସ୍ୱାଗତ ଭାଷଣ ଓ ଏନଏସି ଯୁବ ବିଜେଡି ସଭାପତି ଶିବଶଙ୍କର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଆଠଗଡ଼ ବ୍ଲକର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଯୁବ-ଛାତ୍ର ବିଜେଡି ସଭ୍ୟ ମାନଙ୍କ ମଧ୍ୟରେ ସ୍ୱାଧୀନତା ଆନ୍ଦୋଳନ ସମ୍ପର୍କୀତ ଜଣାଅଜଣା ପ୍ରଶ୍ନମଞ୍ଚ ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଆଠଗଡ଼ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ପରିବାରର ସଦସ୍ୟଙ୍କୁ ମୁଖ୍ୟଅତିଥି ଓ ଅନ୍ୟ ଅତିଥିଗଣ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

- Advertisement -

ଶେଷରେ ଦେଶର ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ମହାନ ଦେଶଭକ୍ତଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଆଠଗଡ଼ ଛାତ୍ର ବିଜେଡି ସଭାପତି ଜ୍ୟୋତିରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସକାଳେ ଏନଏସି ବିଜୁ ଜନତା ଦଳ ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ସହର ପରିକ୍ରମା କରି ମହିଳା କଲେଜ ସନ୍ନିକଟ ପୂଜ୍ୟପୂଜା ପୀଠରେ ପହଞ୍ଚି ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସେଠାରେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ଜାତୀୟ ପତାକା ଉତ୍ତୋଳନ କରିବା ସହ କ୍ରାନ୍ତି ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଏନଏସି ଉପାଧ୍ୟକ୍ଷ ବି ଶୁଭ୍ର ଶଙ୍କର ଜ୍ୟୋତି ଓ ସମସ୍ତ ପାରିଷଦଙ୍କ ସମେତ, ବିଜେଡି ନେତା ପ୍ରଦୀପ୍ତ କୁମାର ଦାସ, ପ୍ରକାଶ ରାଉତ, ଦୀପକ ମହାନ୍ତି, ରଞ୍ଜନ ଜେନା, ଜ୍ୟୋତି ପ୍ରକାଶ ପଟ୍ଟନାୟକ ଏବଂ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories