bjd  ek lkhya koti banner

ଗୋପବନ୍ଧୁ ବିଜ୍ଞାନ କଲେଜରେ ଏଡ୍‍ସ ଦିବସ

mission shakti banner

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ଆନୁକୁଲ୍ୟରେ ବିଶ୍ୱ ଏଡ୍‍ସ ଦିବସ ଅବସରରେ ବୁଧବାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଯୁବ ରେଡକ୍ରସ ଉପଦେଷ୍ଟା ଅଧ୍ୟାପିକା ଡଃ ଗାୟତ୍ରୀ ତ୍ରିପାଠୀଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀ ବିଦ୍ୟାର୍ଥୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଲୋକମାନଙ୍କୁ ରେଡ୍‍ ରିବନ ବାନ୍ଧିଥିଲେ। ପରେ ପରେ କଲେଜ ପରିସରରେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଭାତୀ ଦେବୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଚେତନତା ସଭାରେ ଆଠଗଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର ମୁଖ୍ୟବକ୍ତା ଏବଂ ଡାକ୍ତରଖାନାର ସମନ୍ୱିତ ପରାମର୍ଶ ଓ ରକ୍ତ ପରୀକ୍ଷା କେନ୍ଦ୍ରର ଉପଦେଷ୍ଟା ଗୀତାଞ୍ଜଳି ନାୟକ ଯୋଗଦେଇ ଏଡ୍‍ସ ରୋଗର ଉତ୍ପତ୍ତି କାରଣ, ଲକ୍ଷଣ ଓ ନିରାକରଣ ସଂପର୍କରେ ବିସ୍ତୃତ ବାବେ ଆଲୋଚନା କରିବା ସହ ସଚେତନତା ଓ ସତର୍କତା ହିଁ ଏଡ୍‍ସ ରୋଗରୁ ରକ୍ଷା କରିପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Comments are closed.