www.samajalive.in
Sunday, December 7, 2025
14.1 C
Bhubaneswar

ଖଣ୍ଡଗିରି ପୁଲିସର ଚଢାଉ: ଆଠଗଡ ଅଞ୍ଚଳରୁ ୨୨ ବାଇକ୍‍ ଉଦ୍ଧାର, ୫ ଅଟକ

ଆଠଗଡ: ଭୁବନେଶ୍ୱର କମିଶନରେଟ ପୁଲିସ ଅଧିନ ଖଣ୍ଡଗିରି ଥାନା ପୁଲିସ ଗୁରୁବାର ରାତିରୁ ଆଠଗଡ ଉପଖଣ୍ଡ ଅଞ୍ଚଳରେ ସ୍ଥାନୀୟ ପୁଲିସ ସହାୟତାରେ ଚଢାଉ କରି ୨୨ଟି ଚୋରା ବାଇକ୍‍ ଜବତ କରିବା ସହ ବାଇକ୍‍ ଗୁଡିକ କିଣିଥିବା ଓ କିଣାବିକାରେ ମଧ୍ୟସ୍ଥ ହୋଇଥିବା ମୋଟ ୫ଜଣଙ୍କୁ ଉଠାଇ ନେଇ ଅଟକ ରଖାଯାଇଥିବା ଜଣାପଡିଛି। ଖଣ୍ଡଗିରି ପୁଲିସ ଏକ ଚୋରା ବାଇକ ରାକେଟକୁ ଧରିବା ପରେ ସେମାନଙ୍କଠାରୁ ପାଇଥିବା ସୂଚନା ଅନୁଯାୟୀ ଆଠଗଡ ଉପଖଣ୍ଡର ଆଠଗଡ ଥାନା, ତିଗିରିଆ ଥାନା, ବଡମ୍ବା ଥାନା ଓ ନରସିଂହପୁର ଥାନା ଅଞ୍ଚଳରେ ସେଥିମଧ୍ୟରୁ ଅଧିକାଂଶ ବାଇକ୍‍ ବିକ୍ରି ହୋଇଥିବା ସୂଚନା ପାଇଥିଲେ।

ଖଣ୍ଡଗିରି ଥାନାର ସହକାରୀ ନିରୀକ୍ଷକ ଦେବଦତ୍ତ ସାମନ୍ତରାୟଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ଗୁରୁବାର ସନ୍ଧ୍ୟାରେ ଏଠାକୁ ଆସି ଆଠଗଡ, ତିଗିରିଆ, ବଡମ୍ବା ଓ ନରସିଂହପୁର ଥାନା ପୁଲିସ ସହାୟତାରେ ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢାଉକରି ମୋଟ ୨୨ଟି ବାଇକ୍‍ ଓ ସ୍କୁଟି ଜବତ କରିଥିଲେ। ତିଗିରିଆ ଅଞ୍ଚଳର ଏହି ଚୋରା ବାଇକ କିଣାବିକାରେ ମଧ୍ୟସ୍ଥତା କରୁଥିବା ଜଣେ ବ୍ୟକ୍ତି ଏବଂ ଚୋରା ବାଇକ୍‍ କିଣିଥିବା ୪ଜଣଙ୍କୁ ଖଣ୍ଡଗିରି ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୁଲିସ ଉଠାଇ ନେଇ ଅଠକ ରଖିଥିବା ଲୋକଙ୍କ ନାମ ପ୍ରକାଶ କରି ନଥିଲେ। ଉଦ୍ଧାର ବାଇକ୍‍ ଗୁଡିକୁ ଖଣ୍ଡଗିରି ପୁଲିସ ନେଇଯାଇଥିବା ଜଣାପଡିଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories