ଦୁଇଟି ମନ୍ଦିରରୁ ଚୋରୀ

ଆଠଗଡ: ଆଠଗଡ ଥାନା ଅଧିନ କୁଲାଇଲୋ ପଞ୍ଚାୟତ ଅନ୍ତର୍ଗତ କରକମଳ ଓ ଉଦୟପୁର ଗ୍ରାମରେ ୨ଟି ମନ୍ଦିରରୁ ଗତ ଗୁରୁବାର ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। କାର୍ତ୍ତିକମାସ ଯୋଗୁଁ କରକମଳ ଗ୍ରାମର ବୁଢାଲିଙ୍ଗ ମହାଦେବ ମନ୍ଦିରକୁ ପୂଜକ ବିରଞ୍ଚି ନାରାୟଣ ମହାପାତ୍ର ତାଲାବନ୍ଦ କରି ଯାଇଥିଲେ। ଶୁକ୍ରବାର ଭୋର ସମୟରେ ମନ୍ଦିର ଖୋଲିବାକୁ ଆସି ପୂଜକ ଶ୍ରୀ ମହାପାତ୍ର ଦେଖିବାବେଳକୁ ମନ୍ଦିର ଫାଠକ ତାଲା ଭାଙ୍ଗି କେହି ଦୁର୍ବୁତ ଠାକୁରଙ୍କର ସମସ୍ତ ଆସବାବପତ୍ର ଯଥା ପିତ୍ତଳ, ଘଣ୍ଟ, ଘଣ୍ଟି, ଥାଳି, ଝାଞ୍ଜ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ କରି ନେଇଛନ୍ତି। ଠିକ୍‍ ସେହିପରି ଉଦୟପୁର ଗ୍ରାମର ଶନିଦେବଙ୍କ ମନ୍ଦିର ତାଲାଭାଙ୍ଗି ଠାକୁରଙ୍କ ସୁନାଆଖି ଓ ଅନ୍ୟାନ୍ୟ ଆସବାବପତ୍ର ଚୋରୀ ହୋଇଥିବା ମନ୍ଦିରର ପୂଜକ ଦେଖିବାକୁ ପାଇଥିଲେ। ଉଭୟ ମନ୍ଦିରର ପୂଜକ ଓ ଗ୍ରାମବାସୀ ଥାନାକୁ ଆସି ଏ ସଂପର୍କରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

Comments are closed.