ଅଗ୍ନି ବିପନ୍ନଙ୍କୁ ସହାୟତା 

ଆଠଗଡ : ଆଠଗଡ ବ୍ଲକ ଅଧିନ ଦୋରଡ ପଞ୍ଚାୟତ ଅନ୍ତର୍ଗତ ତରସିଂହ ଗ୍ରାମରେ ଦୁଇଦିନ ପୂର୍ବରୁ ବିଦ୍ୟୁତ ସଟ୍‍ସର୍କିଟ୍‍ରୁ ଅଗ୍ନିକାଣ୍ଡ ଘଟି ୨ବଖରା ଚାଳଘର ସହିତ ପରିବାରର ସମସ୍ତ ଆସବାବପତ୍ର ପୋଡିଯାଇଥିଲା। ଏ ସଂପର୍କରେ ସୂଚନା ପାଇ ଆଠଗଡର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜଷ୍ଟ ଫର ୟୁର କର୍ମକର୍ତ୍ତା ଅଗ୍ନି ବିପନ୍ନ ପରିବାର ପାଖରେ ପହଞ୍ଚି ସେମାନଙ୍କୁ ସମବେଦନା ଜଣାଇବା ସହ ଏକମାସ ପାଇଁ ରାସନ ସାମଗ୍ରୀ, ଶୀତବସ୍ତ୍ର ଏବଂ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ସୁଧାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ସୁନିଲ ବାରିକ ଅମରେନ୍ଦ୍ର ପଟ୍ଟନାୟକ, ବିଚିତ୍ର ସାହୁ, ମନୋଜ ମହାପାତ୍ର, ଭୁବନାନନ୍ଦ ସାମଲ, ସତ୍ୟରଞ୍ଜନ ସାହୁ, ଦିନବନ୍ଧୁ ସୁତାର, ସାଗର ବେହେରା, ନିଉଟନ ସାହୁ ଓ ସଂଜୟ ସ୍ୱାଇଁ ପ୍ରମୁଖ ଅଗ୍ନି ବିପନ୍ନଙ୍କ ପାଖରେ ପହଞ୍ଚି ସହାୟତା କରିଥିଲେ।

kalyan agarbati

Comments are closed.