www.samajalive.in
Tuesday, December 9, 2025
26.1 C
Bhubaneswar

୧୯ ହଜାର ୮୩୩ କୋଟିର ଟଙ୍କାର ଅତିରିକ୍ତ ବଜେଟ ଆଗତ

ଭୁବନେଶ୍ୱର : ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିବସରେ ୨୦୨୧-୨୨ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧୯ ହଜାର୮୩୩ କୋଟିର ଟଙ୍କାର ଅତିରିକ୍ତ ବଜେଟ ଆଗତ କରିଛନ୍ତି। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ସେହିପରି ପଞ୍ଚାୟତରାଜ ଓ ଶକ୍ତି ବିଭାଗ ଆଦି ୫ଟି ବିଭାଗ ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି।

ଏଥିରେ ରାଜ୍ୟ ସରକାର ପଞ୍ଚାୟତିରାଜ ବିଭାଗ ପାଇଁ ସର୍ବାଧିକ ୩୬୨୪ କୋଟିର ବ୍ୟୟ ବରାଦ କରିଛନ୍ତି। ସେହିପରି ଶକ୍ତି ବିଭାଗ ପାଇଁ ୨୧୪୩ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୧୬୦୫ କୋଟି, କୃଷି ପାଇଁ ୧୭୬ କୋଟି,  ସ୍ବାସ୍ଥ୍ୟ ପାଇଁ ୨୩୧୦ କୋଟି, ଅର୍ଥ ବିଭାଗକୁ ୨୫୧୯ କୋଟି ଓ  ପ୍ରଶାସନିକ ବ୍ୟୟ ବରାଦ ପାଇଁ ୪୫୭୭ କୋଟି ଟଙ୍କାର ବ୍ୟୟ କରିଛନ୍ତି । ସେହିପରି ବିପର୍ଯ୍ୟୟ ପ୍ରଶମନ ପାଇଁ ୧୬୮୨ କୋଟି କୋଟିର ବ୍ୟୟ ବରାଦ କରାଯାଇଛି। ଖାଦ୍ୟ ଯୋଗାଣ ବିଭାଗ ପାଇଁ ୧୧୪୧ କୋଟି, ସମବାୟ ବିଭାଗ ପାଇଁ ୫୫୩ ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୫୭୭ କୋଟିର ବ୍ୟୟ ବରାଦ ହୋଇଛି।

- Advertisement -

ପ୍ରବଳ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ୨୦୨୧-୨୨ ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିଥିଲେ। ଅତିରିକ୍ତ ବଜେଟ ଉପସ୍ଥାପନ ବେଳେ ଗୃହରେ ମମିତା ଝଡ଼ ଦେଖିବାକୁ ମିଳିଥିଲା। ମମିତା ମେହେର ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ବିଧାୟକମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ବିରୋଧ ସଭ୍ୟମାନେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ । ବିଜେପି ସଭ୍ୟମାନେ କଳା ଗାମୁଛା ପ୍ରଦର୍ଶନ କରିଥିଲେ। ଅତିରିକ୍ତ ବଜେଟ ଉପସ୍ଥାପନ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର  ଆସନ୍ତାକାଲି ଯାଏ ବିଧାନସଭାକୁ  ମୁଲତବୀ ରଖିଛନ୍ତି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories