www.samajalive.in
Sunday, December 7, 2025
13.1 C
Bhubaneswar

ବିଧାନସୌଧ ହେବ କମ୍ପ୍ୟୁଟରୀକରଣ; ଓକେସିଏଲ ଯୋଗାଇବ ତାଲିମ:ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସୌଧକୁ କମ୍ପ୍ୟୁଟରୀକରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ତାଙ୍କ ପ୍ରକୋଷ୍ଠରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ବିଧାନସୌଧରେ ୱାଇ-ଫାଇ ଲାନ୍‍ ଓ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟ ସମାପ୍ତ ହୋଇଛି। ଇଣ୍ଟରନେଟ୍‌ ବେଗ ୧୦୦ଏମବିପିଏସକୁ ବୃଦ୍ଧି କରାଯିବାକୁ ବୈଠକରେ ସ୍ଥିର ହୋଇଛି। ଏସବୁର ରକ୍ଷଣାବେକ୍ଷଣ ଲାଗି ବିଏସଏନଏଲର ୨ଜଣ ଯନ୍ତ୍ରୀ ଯୋଗାଯୋଗରେ ରହିବେ। ବିଧାନସୌଧରେ ଓସ୍ୱାସ୍‍ କାର୍ଯ୍ୟକ୍ଷମ କରାଇବାକୁ ୩୨୯ଟି ପଏଣ୍ଟରେ ଲାନ୍‍ ସଂଯୋଗ ଦିଆଯାଇଛି। ବିଧାୟକ ଓ କର୍ମଚାରୀଙ୍କୁ ଖୁବଶୀଘ୍ର ଓସ୍ୱାସ୍‍ ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯିବ। ଏହାର ବୈଷୟିକ ତାଲିମ ପ୍ରଦାନ କାର୍ଯ୍ୟରେ ଓକେସିଏଲ ନିୟୋଜିତ ରହିବ। ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଭିଡ଼ିଓ ୱାଲିଂ ସ୍ଥାପନ ଲାଗି ବ୍ୟୟ ଅଟକଳ କରିବା ଲାଗି ବାଚସ୍ପତି ଶ୍ରୀ ପାତ୍ର ଓକାକର ସାଧାରଣ ପରିଚାଳକଙ୍କୁ ନିର୍ଦେଶ ଦେଇଛନ୍ତି। ଖୁବଶୀଘ୍ର ଏହି କାର୍ଯ୍ୟ କରିବା ଲାଗି ବୈଠକରେ ସ୍ଥିର ହୋଇଛି। ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସହିତ ଓକାକ୍‍ ଏବଂ ଏନଆଇସିର ବରିଷ୍ଠ ଅଧିକାରୀ ସାମିଲ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories