www.samajalive.in
Sunday, December 7, 2025
26.1 C
Bhubaneswar

ବିରୋଧୀ-ଶାସକଙ୍କ ମିଳିତ ହଟ୍ଟଗୋଳ ; ଗୃହ ୩ଟା ଯାଏ ମୁଲତବୀ

ଭୁବନେଶ୍ବର :  ଚାଷୀ ସମସ୍ୟା ଏବଂ ଅନ୍ୟାନ୍ୟ  ପ୍ରସଙ୍ଗକୁ ନେଇ ବୁଧବାର  ଲଗାତର ଦ୍ୱିତୀୟ ଦିନ ପାଇଁ ବଜେଟ୍‌ ଅଧିବେଶନର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।  ଗୃହ ଚଳାଇବା ଅସମ୍ଭବ ହେବାରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ପ୍ରଥମେ  ଏକ ଘଣ୍ଟା ଓ ପରେ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ବିଜେପି ସଭ୍ୟା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପ୍ରଶ୍ନର ଉତ୍ତର ରଖୁଥିବା ବେଳେ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା । ରେମୁଣା ଜମିହରାଙ୍କ ସମସ୍ୟା ଓ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ ବିଜେପି ସଦସ୍ୟମାନେ ଗୃହରେ ପାଟିତୁଣ୍ଡ କରିଥିଲେ । ସେହିପରି ଚାଷୀ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ସରକାରଙ୍କୁ ଘେରିଥିଲେ ।

- Advertisement -

ଅନ୍ୟ ପକ୍ଷରେ ଦୁଇଟି ପ୍ରସଙ୍ଗରୁ ନିଜକୁ ବଞ୍ଚାଇବାକୁ ଯାଇ ଶାସକ ବିଜେଡ଼ି ଦଳ ଚିରାଚରିତ ଢ଼ଙ୍ଗରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଥିଲା । ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିରେ ବିଜେଡି ସଦସ୍ୟମାନେ କେନ୍ଦ୍ର ବିରୋଧୀ ନାରାବାଜି କରିଥିଲେ । ତିନି ଦଳର ସଦସ୍ୟଙ୍କ ହଟ୍ଟଗୋଳ ଏବଂ ହୋ ହାଲ୍ଲାରେ ଗୃହରେ ଅସ୍ବଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ଘଣ୍ଟାଏ ପାଇଁ ମୁଲତବୀ ଘୋଷଣା କରିଥିଲେ । ପରେ ମଧ୍ୟ ସେହି ଅବସ୍ଥା ଲାଗି ରହିବାରୁ ବାଚସ୍ପତି ପୁଣି ଗୃହକୁ ଦିନ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ।

ଆଜି ଗୃହରେ ସାଂସଦ ଲଡୁ କିଶୋର ସ୍ୱାଇଁ ଏବଂ ସ୍ୱାଧୀନତା ସଂଗ୍ରାମୀ ପ୍ରିୟନାଥ ଦେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ।  ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏବଂ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ।  ସେମାନଙ୍କ ଉଦ୍ଦେଶ୍ୟରେ ଗୃହରେ ଶ୍ରଦ୍ଧାଞ୍ଜଳୀ ଜଣାଯିବା ସହିତ ଏକ ମିନିଟ୍‌ର ନିରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ବିଜେଡ଼ି, କଂଗ୍ରେସ ଓ ବିଜେପି ସଦସ୍ୟମାନେ ହୋହାଲ୍ଲା କରିଥିଲେ । ପରେ ବିଜେଡି ସଦସ୍ୟ ସେଥଇରେ ଯୋଗ ଦେଇଥିଲେ।

ଆସନ୍ତାକାଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍‌ ଉପସ୍ଥାପନ କରିବେ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories