ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଆଜି ଷଷ୍ଠ ଦିନରେ ୩୦ମିନିଟ୍ ପର୍ଯ୍ୟନ୍ତ ପ୍ରଶ୍ନକାଳ ଚାଲିବା ପରେ ଗୃହ ଦିନ ୧୧ଟା ୩୦ମିନିଟ ଯାଏଁ ମୁଲତବୀ ହୋଇଛି । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ବିଧାୟକମାନେ ରାଜ୍ୟରେ ଅହେତୁକ ନାରୀଙ୍କ ସୁରକ୍ଷା, ନିର୍ୟାତନା ଓ ଅପରାଧ ବୃଦ୍ଧି ପ୍ରସଙ୍ଗରେ ଉଠାଇ ପ୍ରବଳ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ନାରାବାଜି କରିବା ବେଳେ ବାରମ୍ବାର ବାଚସ୍ପତି ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ । ହେଲେ କଂଗ୍ରେସ ବିଧାୟକ ନିଜ ଜିଦରେ ଅଟଳ ରହି ନାରାବାଜି କରିବାରେ ଲାଗିଥିଲେ ।
Popular Categories



