www.samajalive.in
Tuesday, December 9, 2025
15.1 C
Bhubaneswar

ରାଜଧାନୀବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟ ସଚିବ

ଭୁବନେଶ୍ବର (ବ୍ୟୁରୋ): ରାଜଧାନୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ । କେବଳ ରାଜଧାନୀବାସୀ ନୁହନ୍ତି ବିଏମସି ଓ ସ୍ବାସ୍ଥ କର୍ମୀମାନଙ୍କର ମଧ୍ୟ ସେ ପ୍ରଶଂସାକରିଛନ୍ତି । ୩ ଦିନ ମଧ୍ୟରେ ରାଜଧାନୀରୁ ୨୫୦୦ ନମୁନା ସଂଗ୍ରହ ପରିପ୍ରେକ୍ଷୀରେ ମୁଖ୍ୟ ସଚିବ ପୂଜା କମିଟି, ଘରୋଇ କ୍ଲିନିକ ଓ ହସ୍ପିଟାଲକୁ ମଧ୍ୟ ସାଧୁବାଦ ଜଣାଇଛନ୍ତି ।

ଖୋର୍ଧା ଜିଲାକୁ କରୋନା ‘ହଟ୍ ସ୍ପଟ’ ଭାବରେ ଚିହ୍ନଟ କରାଯିବା ଓ ରାଜଧାନୀରୁ ରାଜ୍ୟର ସର୍ବାଧିକ ସଂକ୍ରମିତ ଚିହ୍ନଟ ହେବା ପରିପ୍ରେକ୍ଷୀରେ ୭ ଦିନରେ  ୫ ହଜାର ନମୁନା ପରୀକ୍ଷା ପାଇଁ ସରକାର ଲକ୍ଷ୍ୟ ରଖିଥିଲେ ଏବଂ ଏହାକୁ ଏକ ମିଶନ ଭାବରେ ନେଇ କାର୍ଯ୍ୟ କରିବାକୁ ମୁଖ୍ୟ ସଚିବ ଆହ୍ବାନ ଦେଇଥିଲେ । ଏଥିପାଇଁ ସମସ୍ତେ ସ୍ବେଚ୍ଛାକୃତ ଭାବରେ ଆଗେଇ ଆସିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ଏପରିକି ସ୍ବେଚ୍ଛାକୃତ ସହଯୋଗ ନ କଲେ ପୁଲିସ ସହାୟତା ନିଆଯିବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ । ମାତ୍ର ୩ ଦିନ ମଧ୍ୟରେ ରାଜଧାନୀରୁ ୨୫୦୦ ନମୁନା ଚିହ୍ନଟ ହେବା ପରେ ଲୋକଙ୍କ ସଚେତନତା ସ୍ପଷ୍ଟ ବାରି ହୋଇ ପଡ଼ିଛି । ସନ୍ଦିଗ୍ଧଙ୍କ ନମୂନା ସଂଗ୍ରହ କରିବାକୁ ଭୁବନେଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ଘର ଘର ବୁଲି ୧୩ଟି ଟିମ୍ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବେ । ଅଧିକରୁ ଅଧିକ ଲୋକଙ୍କ ନମୂନା ସଂଗ୍ରହ କରିବାକୁ ୧୩ଟି ଟିମ୍ ଗଠନ ହୋଇଛି । ଯେଉଁଠି ସନ୍ଦେହ ଉପୁଜିବ ତାଙ୍କ ଠାରୁ ନମୂନା ସଂଗ୍ରହ ହେବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories