www.samajalive.in
Monday, December 8, 2025
16.1 C
Bhubaneswar

ଟୋକିଓ ଅଲମ୍ପିକ ଯୋଗ୍ୟତା ହାସଲ କଲେ ସୁଟର୍ ଯଶସ୍ୱନୀ ଦେଶ୍ୱାଲ

ରିଓ ଡି ଜେନେରୋ : ଭାରତର ଯଶସ୍ୱନୀ ସିଂହ ଦେଶ୍ୱାଲ ଅଲମ୍ପିକ ଖେଳିବାର ଯୋଗ୍ୟତା ହାସଲ କରିଛନ୍ତି। ବ୍ରାଜିଲର ରିଓ ଡି ଜେନେରେଠାରେ ଚାଲିଥିବା ଆଇଏସଏସଏ ବିଶ୍ୱ କପ୍‍ ବନ୍ଧୁକ ଚାଳନା ପ୍ରତିଯୋଗିତା ମହିଳା ବିଭାଗରେ ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟଟରେ ଶନିବାର ରାତିରେ ସେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି । ଏହି ବିଜୟ ସହ ନବମ ଭାରତୀୟ ଭାବେ ଯଶସ୍ୱନୀ ସିଂହ ଦେଶ୍ୱାଲ ୨୦୨୦ ଟୋକିଓ ଅଲମ୍ପିକ ଖେଳିବାର ଯୋଗ୍ୟତା ହାସଲ କରିଛନ୍ତି।
ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିଆନ ତଥା ୨୨ବର୍ଷ ବୟସ୍କା ଯଶସ୍ୱିନୀ ୨୩୬. ୭ ପଏଣ୍ଟ ହାସଲ କରି ଅଷ୍ଟମ ମହିଳାଭାବେ ଚଳିତ ବର୍ଷର ଚତୁର୍ଥ ପିସ୍ତଲ ଓ ବନ୍ଧୁକ ଚାଳନା ବିଶ୍ୱକପ୍‍ର ଫାଇନାଲରେ ପ୍ରବେଶ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏଥିରେ ୟୁକ୍ରେନ ରୌପ୍ୟପଦକ ଜିତିଥିବା ବେଳେ ସର୍ଜିଆ ବ୍ରୋଞ୍ଜପଦକ ହାସଲ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories