www.samajalive.in
Sunday, December 7, 2025
23.1 C
Bhubaneswar

ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଗୁଜରାଟ ହାଇକୋର୍ଟରୁ ଆଶ୍ଵସ୍ତି

ଅହମଦାବାଦ: ୨୦୧୩ରେ ପଞ୍ଜିକୃତ ଦୁଷ୍କର୍ମ ମାମଲାରେ ଗୁଜରାଟ ହାଇକୋର୍ଟ ଆଶାରାମଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ହାଇକୋର୍ଟ ତାଙ୍କ ଅସ୍ଥାୟୀ ଜାମିନକୁ ଜୁଲାଇ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ମାମଲାରେ ଆଶାରାମ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେ ଚିକିତ୍ସା ଆଧାରରେ ଜାମିନରେ ଅଛନ୍ତି।

ଜଷ୍ଟିସ ଇଲେଶ ଭୋରା ଏବଂ ଜଷ୍ଟିସ ସନ୍ଦୀପ ଭଟ୍ଟଙ୍କ ଖଣ୍ଡପୀଠ ଆଶାରାମଙ୍କ ଜାମିନ ଅବଧି ବୃଦ୍ଧି କରିଛନ୍ତି, ଯଦ୍ୱାରା ତାଙ୍କ ଓକିଲ ଆବେଦନ ସମ୍ପର୍କରେ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିପାରିବେ। ହାଇକୋର୍ଟ କହିଛନ୍ତି, ଜୁଲାଇ ୨ରେ ମାମଲାର ଶୁଣାଣି ହେବ। ଏହା ପୂର୍ବରୁ ହାଇକୋର୍ଟ ମାର୍ଚ୍ଚ ୨୮ରେ ଦିଆଯାଇଥିବା ଅସ୍ଥାୟୀ ଜାମିନକୁ ତିନି ମାସ ପାଇଁ ବୃଦ୍ଧି କରିଥିଲେ, ଯାହା ଜୁନ୍ ୩୦ରେ ଶେଷ ହେଉଛି।

- Advertisement -

୨୦୨୩ ମସିହ ଜାନୁଆରୀ ମାସରେ ଗାନ୍ଧୀନଗରର ଏକ ଅଦାଲତ ଏକ ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୧୩ରେ ରାଜସ୍ଥାନସ୍ଥିତ ତାଙ୍କ ଆଶ୍ରମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମର ଅନ୍ୟ ଏକ ମାମଲାରେ ମଧ୍ୟ ଆଶାରାମ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ବର୍ତ୍ତମାନର ମାମଲାରେ ତାଙ୍କୁ ସୁରଟର ଜଣେ ମହିଳା ଅନୁଗାମୀଙ୍କ ସହ ୨୦୦୧ରୁ ୨୦୦୬ ମଧ୍ୟରେ ଅନେକ ଥର ଦୁଷ୍କର୍ମ କରିବାକୁ ନେଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories