ଗୌହାଟି : ଆସାମର ଗୌହାଟିରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ରବିବାର ବିଳମ୍ବିତ ରାତିରେ ଜାଲୁକବାଡି ଅଞ୍ଚଳରେ ଏକ ଗାଡି ଦୁର୍ଘଟଣା ଗ୍ରସ୍ତହୋଇ ୭ ଜଣଙ୍କର ମୃତ୍ୟୁ ଘଟିଛି। କେତେକ ଆହତ ମଧ୍ୟ ହୋଇଛନ୍ତି। ଖବର ପାଇ ପୁଲିସ ,ଉଦ୍ଧାର କାରୀ ଦଳ ସଭିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଆସାମର ଇଞ୍ଜିନିୟରିଂ କଲେଜର ୩ୟ ବର୍ଷର ୧୦ ଜଣ ଛାତ୍ର ସକାଳ ସମୟରେ କଲେଜ କ୍ୟାମ୍ପସରୁ ବାହାରକୁ ଯାଇଥିଲେ। ରାସ୍ତାରେ ଦ୍ରୁତ ଗତିରେ ଥିବା କଲେଜ ଛାତ୍ରଙ୍କ ଗାଡି ଜଲୁକବାରୀ ଅଞ୍ଚଳରେ ପ୍ରଥମେ ଡିଭାଇଡରରେ ପିଟି ହୋଇ ପୁଣି ଆଉ ଏକ ଗାଡି ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୭ ଜଣ ଛାତ୍ରଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେମାନଙ୍କ ଚିକିତ୍ସା ଜାରି ରହିଛି।
Popular Categories



