www.samajalive.in
Tuesday, December 9, 2025
16.1 C
Bhubaneswar

ଆର୍ଥର ରୋଡ୍‌ରେ କେମିତି ରହିବେ ଆର୍ଯ୍ୟନ୍‌

ମୁମ୍ବଇ: ଯେଉଁ ଆର୍ଥର ରୋଡ କାରାଗାରରେ ଏକଦା ଆତଙ୍କବାଦୀ କସବ, ଅରୁଣ ଗାୱଲି, ମୁସ୍ତାଫା ଦୋସା, ଅବୁ ସଲେମ, ଛୋଟା ରାଜନ୍‌ଙ୍କ ସହ ଅଭିନେତା ସଞ୍ଜୟ ଦତ୍ତ ଦିନ ବିତାଇଥିଲେ ସେଠାରେ କିଛି ଦିନ ଅବସ୍ଥାନ କରିବେ ଯୁବ ସେଲିବ୍ରିଟି ଆର୍ଯ୍ୟନ୍‌ ଖାନ। ସେଠାରେ ଆର୍ଯ୍ୟନ୍‌ଙ୍କୁ କୌଣସି ସ୍ବତନ୍ତ୍ର ସୁବିଧା ସୁଯୋଗ ମିଳିବ ନାହିଁ। ସେ ସାଧାରଣ ବିଚାରାଧୀନ କଏଦୀଙ୍କ ଭଳି ରହିବେ। ତାଙ୍କୁ ପ୍ରତ୍ୟହ ସକାଳ ୬ଟାରେ ଶଯ୍ୟା ତ୍ୟାଗ କରିବାକୁ ପଡ଼ିବ। ସର୍ବସାଧାରଣ ପାଇଖାନା ଓ ଗାଧୁଆ ଘର ସେମାନେ ବ୍ୟବହାର କରିବେ। ସକାଳ ୭ଟାରେ କାରାଗାର ଜଳଖିଆ ଯୋଗାଇ ଦିଆଯିବ। ପରେ ୧୧ଟା ବେଳକୁ ମଧ୍ୟାହ୍ନ ଭୋଜନରେ ସେଠାରେ ପ୍ରସ୍ତୁତ ଚପାତି (ରୁଟି), ଭାତ, ଡାଲି, ତରକାରି ହିଁ ମିଳିବ।

ସନ୍ଧ୍ୟା ୬ଟାରେ ଜଳଖିଆ ଓ ରାତି ୮ଟାରେ ଦିନ ଭଳି ସମାନ ଖାଦ୍ୟ ପ୍ରଦାନ କରାଯିବ। ଘରୁ ଆସିଥିବା କୌଣସି ଖାଦ୍ୟକୁ ଅନୁମତି ମିଳିବ ନାହିଁ। ସେମାନେ ଚାହିଁଲେ କାରାଗାର କ୍ୟାଣ୍ଟିନ୍‌ରୁ ଅନ୍ୟ ଖାଦ୍ୟ କିଣି ଖାଇପାରିବେ। ମନି ଅର୍ଡର ମାଧ୍ୟମରେ ଏହି ଟଙ୍କା ଅସୁଲ ହେବ। ଅଭିଯୁକ୍ତମାନେ ନିଜ ଥାଳି ସଫା କରିବେ ଓ ପାଖରେ ରଖିବେ। ଅନ୍ୟ କଏଦୀଙ୍କ ଭଳି ସେମାନେ କାରାଗାର ପରିସରରେ ବୁଲାବୁଲି କରିପାରିବେ; କିନ୍ତୁ ସଂଗରୋଧ ଅବଧି ଶେଷ ପରେ ଏହି ସୁବିଧା ପାଇବେ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories