www.samajalive.in
Monday, December 8, 2025
14.1 C
Bhubaneswar

ବାତ୍ୟା ୟସର ପ୍ରଭାବ: ୩ଦିନ ହେଲା ବନ୍ୟା ଘେରରେ ୨୦ରାଜସ୍ବ ଗାଁ, ମୁଆଁ ଓ ବୋଡକ ଗାଁର ବହୁ ଘର ଜଳବନ୍ଦୀ

ଆରଡି: ବାତ୍ୟା ୟସ ତାଣ୍ଡବରେ ବହିଲା ୧୩୦ରୁ୧୪୦ କିମି ବେଗରେ ପବନ ବହିବା ସାଙ୍ଗକୁ ଅବିଶ୍ରାନ୍ତ ବର୍ଷା ହୋଇଥିଲା ଏବଂ ଧାମାରା ସମୁଦ୍ର ମୁହାଣରୁ ଉଚ୍ଚ ଲୁଣା ଜୁଆର ଢେଉ ଉଠି ଆସିଥିଲା। ଏହାର ପ୍ରଭାବରେ ଭଦ୍ରକ ଜିଲାର ନଦୀକୂଳିଆ ଅଞ୍ଚଳ ଭାବେ ପରିଚିତ ତେନ୍ତୁଲିଡିହ, ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ଆଦି ୫ଟି ପଞ୍ଚାୟତରେ ଥିବା ସମସ୍ତ ଗାଁରେ କଚାଘର ମାଟିରେ ଧରାଶ୍ାୟୀ ହୋଇପଡିଥିବା ବେଳେ ଛପରଘର ଉଡିଯାଇଥିଲା। ଏପରିକି ବଡବଡ ବହୁ ପୁରୁଣାଗଛ ଉପୁଡି ପଡିବାରୁ କେଉଁଠି ଘର ଭାଙ୍ଗିଥିଲା ତ ଆଉ କେଉଁଠି ବିଦ୍ୟାଳୟ ପାଚେରି, ମନ୍ଦିର ପାରେରି ଭାଙ୍ଗିବା ସହ ବିଭିନ୍ନ ରାସ୍ତା ଉପରେ ପଡି ରହିଥିଲା। ଆଉ ବାତ୍ୟା ୟସ ଓ ପୂର୍ଣ୍ଣିମା ଯୋଗୁ ଏହି ୫ଟି ପଞ୍ଚାୟତକୁ ସମୁଦ୍ରରୁ ଲୁଣାପାଣି ମାଡି ଯାଇଥିଲା। କେଉଁଠି ଘର ବୁଡାଇଥିଲା ତ ଆଉ କେଉଁଠି ଘର ଦାଣ୍ଡରେ ଲହଡି ମାରିଥିଲା। ଏପରିକି ଶହଶହ ଏକର ଚାଷଜମିରେ ଲୁଣାପାଣି ମାଡି ଯାଇଥିଲେ ମଧ୍ୟ ଉପର ମୁଣ୍ଡର ବନ୍ୟାପାଣି ଯୋଗୁ ଦୀର୍ଘ ୩ଦିନ ହେଲାଣି ଜମିରେ ୩ରୁ୪ଫୁଟ ଉଚ୍ଚରେ ଲହଡି ଭାଙ୍ଗୁଛି। ଏପରିସ୍ଥଳେ ସରକାରଙ୍କ ରିଲିଫ ପାଇବାରୁ ବଞ୍ଚିତ ହୋଇଛନ୍ତି ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁ, ତେନ୍ତୁଲିଡିହ ପରି ନଦୀକୂଳିଆ ୫ଟି ପଞ୍ଚାୟତର ଲକ୍ଷାଧିକ ବାତ୍ୟା ବିପନ୍ନ।


ମୁଆଁ ଗାଁର ସାନ୍ତୁନ ଦାସ, ନାନ୍ଦପୁର ପଞ୍ଚାୟତର ସମିତିସଭ୍ୟ ସ୍ବଦେଶ ପଣ୍ଡା, ଚାଷୀ କୈଳାସ ଭଞଙ୍କ କହିବା ଅନୁଯାୟୀ ବାତ୍ୟା ୟାସ ପ୍ରଭାବରେ ଗତ ୨୪ରୁ ଏ ଅଞ୍ଚଳରେ ୧୨୦ରୁ୧୪୦ ବେଗରେ ପବନ ବହିବା ସହ ପ୍ରବ ରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ଏପରିକି ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ବିଭିନ୍ନ ଅଞ୍ଚଳକୁ ଧ୍ବସ୍ତବିଧ୍ବସ୍ତ କରିଥିଲା ବାତ୍ୟା। ଏପରିକି ବାତ୍ୟା ଆସିବା ପୂର୍ବରୁ ଏ ଅଞ୍ଚଳର ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖିବା, ଏନଡିଆରଏଫ, ଓଡ୍ରାଫ, ଅଗିଶମ ବାହିନୀ ନିୟୋଜିତ ରହିବା ସହ ବାତ୍ୟାର ପବନ ବହିବା ସମୟରେ ବିଭିନ୍ନ ଅଞ୍ଚଳର ପ୍ରଶାସନ ଓ ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଫଶି ରହିଥିବା ବୃଦ୍ଧବୃଦ୍ଧାଙ୍କ ସହ ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କୁ ଉଦ୍ଧାର ଜାରୀ ରଖିଥିଲେ ଏହି ଅଞ୍ଚଳରେ। ଏପରିସ୍ଥଳେ କାହିଁକି ରିଲିଫ ପ୍ରଦାନରୁ ବାଦ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ବିପନ୍ନମାନେ। ଯଦି ଏଠାରେ ବାତ୍ୟାରେ ପବନ ହୋଇନାହିଁ, ବର୍ଷା ଆସିନାହିଁ , ଲୁଣା ଜୁଆରପାଣି ମାଡି ନାହିଁ ତାହାଲେ କାହିଁକି ଦୀର୍ଘ ୫ଦିନ ହେଲା ପ୍ରଶାସନିକ ଅଧିକାରୀ, ଅଗ୍ନିଶମ, ଓଡ୍ରାଫ ବାହିନୀ ଉଦ୍ଧାର କାର୍ୟ୍ୟ ଜାରୀ ରଖିବା ସହ କ୍ଷୟକ୍ଷତି ଆକଳନ କରୁଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories