www.samajalive.in
Sunday, December 7, 2025
23.1 C
Bhubaneswar

ତାଣ୍ଡବ ରଚି ଚାଲିଗଲା ବାତ୍ୟା ୟସ: ଉଜାଡିନେଲା ବିପନ୍ନଙ୍କର ଚାଷ, ଲୁଣାପାଣି ଘେରରେ ବହୁ ଗାଁ

ଆରଡି: ବାତ୍ୟା ୟସ ଆସିଲା , ତାଣ୍ଡବ ରଚି ଚାଲିଗଲା। ଯାହାର ପ୍ରଭାବରେ ଭଦ୍ରକ ଜିଲାର ତଳମାଳ ଅଞ୍ଚଳଭାବେ ପରିଚିତ ଆରଡି, ସୁନ୍ଦରପୁର, ଓଳଗ, ନାନ୍ଦପୁର ପଞ୍ଚାୟତ ଅଧିନରେ ଥିବା ୨୨ଟି ଗାଁର ବିପନ୍ନଙ୍କୁ ଦେଇଗଲା ଦୁଖଃ ଆଉ ଦୁଖ। କେଉଁଠି ବର୍ଷା ଓ ପବନ ମାଡରେ କଚା ଘର ଧରାଶ୍ରାୟୀ ହୋଇଯାଇଛି ତ ଆଉ କେଉଁଠି ଛପରଘର ଉଡିଯାଇଛି। ଏପରିକି ବଡ ବଡ ଗଛ ଉପୁଡି ପଡିବାରୁ ଅନେକ ଘର ଭାଙ୍ଗି ଯାଇଛି।


ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତଖୁଣ୍ଟି ଉପୁଡି ପଡିଥିବାରୁ ବିଦ୍ୟୁତ ସରାବର ବିଛିନ୍ନ ହୋଇଯାଛି। ପ୍ରଶାସନିକ ପୂର୍ବ ପ୍ରସ୍ତୁତି ପାଇଁ ସିନା ଜୀବନ ରହିଗଲା ହେଲେ କ୍ଷେତରେ ଚାଷ ଗଲା ଆଉ ଗାଁରେ ବାସ ଉଜାଡି ନେଲା ୟସ। ବିଶେଷକରି ବାତ୍ୟା ସମୟରେ ପୂର୍ଣ୍ଣିମା ତିଥି ରହିଥିବାରୁ ଧାମରା ନିକଟରେ ସମୁଦ୍ର ହୋଇ ଉଠିଥିଲା ଅଶାନ୍ତ। ଫଳରେ ଉଚ୍ଚ ଲୁଣା ଜୁଆରପାଣି ବୈତରଣୀ ଓ ସାଳନ୍ଦୀ ନଦୀରେ ଆସି ବିଭିନ୍ନ ଅଞ୍ଚଳର କ୍ଷେତକୁ ବୁଡାଇବା ସହ ମାଡିଯାଇଥିଲା ଜନବସତିକୁ। ଯାହାଫଳରେ ଗତ ୨ଦିନ ହେବ ଲୁଣାପାଣି ଏବେବି ଅନେକ ଗାଁରେ ଲହଡି ଭାଙ୍ଗୁଥିବାରୁ ବିପନ୍ନଙ୍କର ଅବସ୍ଥା ଦୃବିସହୟ ହୋଇ ପଡିଛି।

- Advertisement -

ଅନ୍ୟପଟେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ଜିଲାପାଳ ଜ୍ଞାନ ଦାସ, ଚାନ୍ଦବାଲି ତହସିଲିଦାର ସୁଶାନ୍ତ ସୁତାର, ବିଡିଓ ଜ୍ୟୋତିବିକାଶ ଦାସ, ଆରଡି ଆରଆଇ ଦେବାଶିଷ ରାୟ, ଜିଆରଏସ ସତ୍ୟରଞ୍ଜନ ପତି, ବ୍ଲକ ଜେଇଙ୍କ ସହ ସ୍ଥାନୀୟ ପୋଲିସ ବାତ୍ୟା ଅଞ୍ଚଳକୁ ଯାଇ ବିପନ୍ନଙ୍କ ଉଜୁଡି ଯାଇଥିବା ଘର, କ୍ଷେତ ଆଦିର ଅନୁଧ୍ୟାନ କରିବା ସହ ରିପୋର୍ଟ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଏହାସହ ଅଗ୍ନିଶମ ବାହିନୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଉପୁଡି ପଡିଥିବା ଗଛ ସଫା କରିବା ସହ ବିଦ୍ୟୁତ ଖୁଣ୍ଟର ପୁନରୁଉଦ୍ଧାର କାର୍ୟ୍ୟ ଜାରୀ ରଖିଛନ୍ତି। ସେହିପରି ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ, କିଭଳି ଶିଘ୍ର ଲୋକମାନଙ୍କ ପାଖରେ ପହଁଚିବ ସେଥିପାଇଁ ଅସୁରାଳି ବିଦ୍ୟୁତ ବିଭାଗ ପକ୍ଷରୁ କାର୍ୟ୍ୟ ଜାରୀ ରହିଥିବା, କନିଷ୍ଠଯନ୍ତ୍ରୀ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories