ଆରଡି: ପବିତ୍ର ଗଣେଷ ପୂଜା ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ଵୁଧଵାର ଅନୁଷ୍ଠିତ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି । ଭୋର ୪ଟାରେ ମଣିବାବାଙ୍କ ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା। ପରେ ମୁକ୍ତିମଣ୍ଡପରେ ଥିବା ବାବା ବୁଢାଗଣେଷଙ୍କ ନିକଟରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମଧ୍ୟାହ୍ନରେ ଘଟ ଉତୋଳନ ଓ ଷୋଡଶପୂଜା ଆରମ୍ଭ ହେବା ସହ ଲାଗି ହେଵ ୧୦୮ଭୋଗ ଥାଳି। କାକରା, ପିଠା, ମାଲପୁଆ, ଲଡୁ ଆଦ ଭୋଗ ଭକ୍ତିର ସହ ଲାଗି କରିଵେ ଶ୍ରଦ୍ଧାଳୁମାନେ।
ଭକ୍ତମାନଙ୍କର ପୂଜାର୍ଚ୍ଚନା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରୀତିନୀତି ଅନୁଯାୟୀ ଗଣେଶ ମଣ୍ଡପରେ ପୂଜାର୍ଚ୍ଚନା ସହ ହୋମ ଯଜ୍ଞ ଆଦି ଅନୁଷ୍ଠିତ ହେଉଛି। ସେହିପରି ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଅଗ୍ରପୂଜ୍ୟ ଗଜାନନଙ୍କର ପୂଜାର୍ଚ୍ଚନା କରାଯାଉଛି।



