www.samajalive.in
Sunday, December 7, 2025
16.1 C
Bhubaneswar

ଆୟୁଷ୍ମାନ ଭାରତକୁ ଟକ୍କର ଦେବ ‘ସଞ୍ଜୀବନୀ’

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ରାଜଧାନୀରେ ରାଜନୈତିକ ମାହୋଲ ବି ସରଗରମ ହେବାରେ ଲାଗିଛି। ତେବେ ଚଳିତଥର ଦିଲ୍ଲୀକୁ କବଜା କରିବା ଲାଗି ଆମ ଆଦମୀ ପାର୍ଟି (ଆପ)ଜୋରଦାର ପ୍ରୟାସ ଚଳାଇଛି। ଆପ୍‌ ପକ୍ଷରୁ ସର୍ବପ୍ରଥମେ ୭୦ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ସବୁବର୍ଗର ଲୋକଙ୍କୁ ଆକର୍ଷିତ କରିବା ଲାଗି ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି। ଆପ୍‌ର ଘୋଷଣା ବିଜେପିର ଦିଲ୍ଲୀ ଅଭିଯାନ ଉପରେ ଭାରି ପଡ଼ିଯାଇଛି।

ବୁଧବାର ଆପ୍‌ ସରକାର ଦିଲ୍ଲୀରେ ‘ସଞ୍ଜୀବନୀ’ ଯୋଜନାର ଘୋଷଣା କରିଛି। ଏହି ଯୋଜନା କେନ୍ଦ୍ରର ଆୟୁଷ୍ମାନ ଯୋଜନାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଦିଲ୍ଲୀର ଆପ ସରକାର ଥିବାବେଳେ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଏଠାରେ ଲାଗୁ ହୋଇନାହିଁ। ବିଜେପି ଅଭିଯୋଗ କରୁଛି ଯେ କେଜ୍ରିଓ୍ବାଲଙ୍କ ପାର୍ଟି ଦିଲ୍ଲୀରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଦେଉନାହିଁ। ତେଣୁ ବିଜେପିକୁ ଜବାବ ଦେବା ଲାଗି ଆପ୍ ସଞ୍ଜୀବନୀ ଯୋଜନା ଆଣିବାକୁ ଯାଉଛି। ଏହି ଯୋଜନା ବଡ଼ ଗେମ ଚେଞ୍ଜର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

- Advertisement -

ସଞ୍ଜୀବନୀ ଯୋଜନାରେ ୬୦ ବର୍ଷରୁ ଅଧିକ ବୟସର ନାଗରିକଙ୍କ ମାଗଣାରେ ଚିକିତ୍ସା ସେବା ମିଳିବ। ସମସ୍ତ ଘରୋଇ ଏବଂ ସରକାରୀ ଡାକ୍ତରଖାନାରେ ଏହି ସେବା ଉପଲବ୍ଧ ହେବ। ହିତାଧିକାରୀଙ୍କ ଲାଗି ଆୟର କୋଣସି ସୀମା ରହିବ ନାହିଁ। ସମସ୍ତ ବର୍ଗର ବୟସ୍କମାନେ ଏହି ସେବାର ଲାଭ ଉଠାଇପାରିବେ। ଅନ୍ୟପଟେ ଆୟୁଷ୍ମାନ ଯୋଜନାରେ ବର୍ଷକୁ କେବଳ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳୁଛି।

ଏହା ପୂର୍ବରୁ ଗତ ୧୨ ତାରିଖରେ କେଜ୍ରିଓ୍ବାଲ ଲାଡଲୀ ଭଉଣୀ ଯୋଜନାରେ ମହିଳାମାନଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ। ପ୍ରତିମାସରେ ଦିଲ୍ଲୀର ମହିଳାମାନଙ୍କୁ ପ୍ରତିମାସରେ ୨୧୦୦ ଟଙ୍କା ଦେବାକୁ ଘୋଷଣା କରିଥିଲେ। ଏହା ପୂର୍ବରୁ ୧୦ ତାରିଖରେ କେଜ୍ରିଓ୍ବାଲ ଦିଲ୍ଲୀର ଅଟୋ ଚାଳକଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories