www.samajalive.in
Sunday, December 7, 2025
26.1 C
Bhubaneswar

ନିଯୁକ୍ତିରେ ତୃତୀୟ ଲିଙ୍ଗୀଙ୍କ ପାଇଁ ରହୁ ସ୍ବତନ୍ତ୍ର ବର୍ଗ

ଭୁବନେଶ୍ୱର : ନିଯୁକ୍ତି କ୍ଷେତ୍ରରେ ତୃତୀୟ ଲିଙ୍ଗୀ ଅବା କିନ୍ନରଙ୍କ ପାଇଁ ସ୍ବତନ୍ତ୍ର ବର୍ଗ ରହିବା ଜରୁରୀ। ଆବେଦନ ଫର୍ମରେ ଟ୍ରାନ୍ସଜେଣ୍ଡର ବର୍ଗ ସ୍ପଷ୍ଟ ଭାବେ ଚିହ୍ନିତ ହେବା ଜରୁରୀ। ୪ ବର୍ଷ ହେଲା ସବୁ ବିଭାଗକୁ ଏ ସମ୍ପର୍କିତ ନିର୍ଦେଶନାମା ଜାରି କରାଯାଉଛି। ହେଲେ ତଥାପି ଅବହେଳା ଲାଗି ରହିଛି। ଶନିବାର ପୁଣି ଥରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଶାସନ ସଚିବ ଆରଏସ୍‌ ଗୋପାଲନ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବମାନଙ୍କୁ ପତ୍ର ଲେଖି ଏ ଦିଗରେ ପଦକ୍ଷେପ ନେବା ଲାଗି ନିବେଦନ କରିଛନ୍ତି। ତୃତୀୟ ଲିଙ୍ଗୀ (ସୁରକ୍ଷା ଅଧିକାର) ଆଇନ ୨୦୧୯ ଅନୁସାରେ ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ପୁରୁଷ ଓ ମହିଳାଙ୍କ ଭଳି ତୃତୀୟଲିଙ୍ଗୀଙ୍କ ପାଇଁ ଭିନ୍ନ ବର୍ଗ ରହିବା ଆବଶ୍ୟକ। ଯାହାଫଳରେ ନିଯୁକ୍ତି କ୍ଷେତ୍ରରେ ସେମାନଙ୍କୁ ଅଗ୍ରାଧିକାର ମିଳିବ, ସେମାନଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ ହେବ। ପାତର ଅନ୍ତର କରାଯିବ ନାହିଁ। ସେମାନେ ବି ସମାଜରେ ସମ୍ମାନର ସହ ବଞ୍ଚିବେ। ଏହି ଆଇନ କାର୍ଯ୍ୟକାରୀ କରିବା ଲାଗି ନଭେମ୍ବର ୨୦୨୦ରେ ଏସ୍‌ଏସ୍‌ଇପିଡି ବିଭାଗର ତତ୍କାଳୀନ ସଚିବ ଭାସ୍କରଜ୍ୟୋତି ଶର୍ମା ସବୁ ବିଭାଗର ମୁଖ୍ୟମାନଙ୍କୁ ପତ୍ର ଲେଖି ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏହା ପରେ ମାର୍ଚ୍ଚ ୨୦୨୩ରେ ଶ୍ରୀ ଶର୍ମା ପୁନର୍ବାର ସବୁ ବିଭାଗକୁ ପତ୍ର ଲେଖି ସମାନ କଥା ଦୋହରାଇଲେ। ପରିତାପର ବିଷୟ, ଆଜିଯାଏ ପଦକ୍ଷେପ ନିଆଗଲା ନାହିଁ। ଆଜି ପୁଣି ଥରେ ବିଭାଗର ସଚିବ ଶ୍ରୀ ଗୋପାଲନ ସମସ୍ତ ବିଭାଗର ମୁଖ୍ୟମାନଙ୍କୁ ପତ୍ର ଲେଖି ତୃତୀୟଲିଙ୍ଗୀଙ୍କ ଅଧିକାର ସୁନିଶ୍ଚିତ କରିବା ଲାଗି କହିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories