www.samajalive.in
Sunday, December 7, 2025
18.1 C
Bhubaneswar

କିଡନୀ ଚୋରି ମାମଲା: ପୀଡିତଙ୍କୁ କ୍ଷତିପୂରଣ ଦେବାକୁ ଏନଏଚଆରସିଙ୍କ ନିର୍ଦେଶ

ଭୁବନେଶ୍ବର: କିଡନୀ ଚୋରି ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଆପୋଲୋ ହସ୍ପିଟାଲ୍ ପକ୍ଷରୁ କରାଯାଇଥିବା ଯୁକ୍ତିକୁ କମିଶନ ଖାରଜ କରି ଦେବା ସହ ହସ୍ପିଟାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ପୀଡିତଙ୍କୁ ଛଅ ସପ୍ତାହ ମଧ୍ୟରେ ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୩ ମସିହାରେ ବରଗଡ ଜିଲ୍ଲାର ଅନିଲ୍ କୁମାର ସ୍ୱାମୀଙ୍କ କିଡନୀକୁ ତାଙ୍କ ପଡୋଶୀ ରାଘବ ରାମ ଦୋରାଙ୍କ ଶରୀରରେ ଆପୋଲ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିଲା । ଯାହା ସଂପୂର୍ଣ୍ଣ ବେଆଇନ ଭାବେ କରାଯାଇଥିଲା । ଏହାକୁ ନେଇ ୨୦୧୬ ଜାନୁୟାରୀ ୩ରେ ଅନିଲ୍ ବରଗଡ ଟାଉନ ଥାନାରେ ଅଭିଯୋଗ କରିଥିଲେ । ସେହି ମାସ ୫ ତାରିଖରେ ମାନବାଧିକାର କର୍ମୀ ଅଖଣ୍ଡ ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ । ସ୍ୱାସ୍ଥ୍ୟ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ଏ ନେଇ ରିପୋର୍ଟ ତଲବ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ଏହି କିଡନୀ ପ୍ରତ୍ୟାରୋପଣ ବେଆଇନ ବୋଲି ଜାଣିବା ପରେ କମିଶନ ଗତ ଅଗଷ୍ଟ ମାସରେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଏହି ବେଆଇନ କାର୍ଯ୍ୟ ପାଇଁ ସଂପୃକ୍ତ ହସ୍ପିଟାଲର ପଞ୍ଜିକରଣ ରଦ୍ଦ କରିବା ସହିତ ପୀଡିତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ। ଏହି ନିର୍ଦ୍ଦେଶ ବିରୋଧରେ ଆପୋଲ ହସ୍ପିଟାଲ୍ ପକ୍ଷରୁ ହାଇକୋର୍ଟରେ ଏକ ମାମଲା କରାଯାଇଥିଲା । ଆପୋଲ ହସ୍ପିଟାଲକୁ ପକ୍ଷ ରଖିବା ଲାଗି ସୁଯୋଗ ଦେବା ଲାଗି କୋର୍ଟ କହିଥିଲେ । ସେହି ଅନୁସାରେ ଗତ ସେପ୍ଟେମ୍ବର ୧୨ ତାରିଖରେ ଆପୋଲୋ ହସ୍ପିଟାଲ୍ ପକ୍ଷରୁ କମିଶନଙ୍କ ପାଖରେ ଏକ ପିଟିସନ୍ ଦିଆଯାଇଥିଲା । ସେଥିରେ କୁହାଯାଇଥିଲା ଯେ ପ୍ରକୃତ କିଡନୀ ଦାତା ଜୟରାମ ଦୋରା ଥିଲେ । କିନ୍ତୁ ତାଙ୍କ ସ୍ଥାନରେ ଭୁଲରେ ଅନିଲ ସ୍ୱାମୀଙ୍କୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ଜୟରାମ ଦୋରା ବୋଲି ଭାବିଥିଲେ । କିନ୍ତୁ ଏହାକୁ କମିଶନ ଅଗ୍ରାହ୍ୟ କରିଦେବା ସହିତ କହିଛନ୍ତି ଯେ, ଜଣେ କିଡନୀ ଦାତାଙ୍କ ଫଟୋ ଉଠାଯାଇଥିବା ବେଳେ ତାଙ୍କ ସ୍ଥାନରେ ଆଉ ଜଣଙ୍କର କିଡନୀ ସେହି ହସ୍ପିଟାଲରେ କାଢିବା କଳ୍ପନାତୀତ । ତେଣୁ ହସ୍ପିଟାଲ୍ ଯୁକ୍ତିରେ କୌଣସି ଆଧାର ନାହିଁ । ଟ୍ରାନସପ୍ଲାଂଟେସନ୍ ଅଫ୍ ହ୍ୟୁମାନ ଅର୍ଗାନ୍ ଓ ଟିସୁ ଆକ୍ଟ ୧୯୯୪ର ଧାରା ୧୬ ଅନୁସାରେ  ହସ୍ପିଟାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବା ପାଇଁ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ପାଳନ ନ ହେଲେ ମାନବାଧିକାର ସୁରକ୍ଷା ଆଇନ ୧୯୯୩ ଧାରା ୧୩ ଅନୁସାରେ କଡା ପଦକ୍ଷେପ ନିଆଯିବ ବୋଲି କମିଶନ ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories