ଘରେ ପଶି ଗୁଳିମାଡ଼, ଶାଶୂବୋହୂଙ୍କ ଠାରୁ ଗହଣା ଲୁଟ

ଅନୁଗୋଳ: ଜରପଡା ଥାନା ତୁବେ ଗ୍ରାମରେ ଘରେ ପଶି ଗୁଳିମାଡ଼ ସହ ଶାଶୂ ବୋହୂଙ୍କ ଠାରୁ ଗହଣା ଲୁଟପାଟ ଘଟଣା ମଙ୍ଗଳବାର ରାତିରେ ଘଟି ଯାଇଛି। ମଙ୍ଗଳବାର ରାତି ପ୍ରାୟ ୮ଟା ବେଳକୁ ଶାଶୂ-ବୋହୂ ଘରେ ବସି ଟିଭି ଦେଖୁଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଛନ୍ତି। ତୁବେ ହାଇସ୍କୁଲ ନିକଟରେ ଦିବାକର ପ୍ରଧାନଂକ ଘରେ ତାଙ୍କ ସ୍ତ୍ରୀ ସୁଲୋଚନା ଓ ବୋହୂ ପୂଜା ବସି ଟିଭି ଦେଖୁଥିବା ବେଳେ ତିନି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଉଭୟଙ୍କ ବେକ, ନାକ ଓ କାନରୁ ସୁନା ଗହଣା ଝିଙ୍କି ନେବା ସହ ଆଲମୀରା ଭିତରୁ ସବୁଟଙ୍କା ନେଇଯାଇଛନ୍ତି। ପ୍ରତିରୋଧ କରିବାରୁ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ସୁଲୋଚନା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରଯାଇଛି। ଦୁର୍ବୃତ୍ତମାନେ ଗୋଟିଏ ବାଇକରେ ତିନିଜଣ ଆସିଥିଲେ। ଖବର ପାଇ ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

Comments are closed.