www.samajalive.in
Sunday, December 7, 2025
18.1 C
Bhubaneswar

ଚୋକ୍‌ସୀଙ୍କ ନାଗରିକତା ରଦ୍ଦ କରିବ ଆଣ୍ଟିଗୁଆ, ଭାରତକୁ ପ୍ରତ୍ୟର୍ପଣ ରାସ୍ତା ଫିଟିଲା

ମୁମ୍ବଇ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି) ଋଣ ଠକେଇ ମାମଲାର ଅଭିଯୁକ୍ତ ମେହୁଲ ଚୋକ୍‌ସୀଙ୍କୁ ଖୁବ୍‌ଶୀଘ୍ର ଭାରତ ଅଣାଯିବ। ସେ ବର୍ତ୍ତମାନ ଆଣ୍ଟିଗୁଆରେ ରହୁଥିବାବେଳେ ସେଠାକାର ସରକାର ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବେ। ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଗ୍ୟାଷ୍ଟନ ବ୍ରାଉନ କହିଛନ୍ତି ଯେ, ସେ ଖୁବଶୀଘ୍ର ମେହୁଲ ଚୋକ୍‌ସୀଙ୍କ ନାଗରିକତା ରଦ୍ଦ କରିବାକୁ ଯାଉଛନ୍ତି। ଏହାକୁ ନେଇ ଭାରତ ପକ୍ଷରୁ ବାରମ୍ବାର ଚାପ ପ୍ରୟୋଗ କରାଯାଉଥିବା ବ୍ରାଉନ କହିଛନ୍ତି। ଫଳରେ ଚୋକ୍‌ସୀଙ୍କୁ ଭାରତ ଫେରାଇ ଆଣିବା ବାଟ ସଫା ହୋଇଯାଇଛି।

ସୂଚନା ମୁତାବକ, ପିଏନବି ଦୁର୍ନୀତି ମାମଲାରେ ହୀରା ବ୍ୟବସାୟୀ ନୀରବ ମୋଦୀ ଏବଂ ମେହୁଲ ଚୋକ୍‌ସୀଙ୍କ ବିରୋଧରେ ୧୩ ହଜାର କୋଟିର ଠକେଇ ଅଭିଯୋଗ ରହିଛି। ୨୦୧୮ରେ ଏହି ମାମଲା ସାମ୍ନାକୁ ଆସିଥିଲା। ସେବେଠାରୁ ବିରୋଧୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରକୁ ଘେରି ରହିଛନ୍ତି।

- Advertisement -

ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ବ୍ରାଉନଙ୍କ ସୂଚନା ଅନୁସାରେ, ମେହୁଲ ଚୋକ୍‌ସୀଙ୍କୁ ପ୍ରଥମେ ଏଠାକାର ନାଗରିକତା ମିଳିଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ରଦ୍ଦ କରାଯାଉଛି ଏବଂ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବ। ଆମେ ଏଭଳି କୌଣସି ବ୍ୟକ୍ତିକୁ ନିଜ ଦେଶରେ ରଖିବୁ ନାହିଁ, ଯେଉଁମାନଙ୍କ ଉପରେ କୌଣସି ଅଭିଯୋଗ ରହିଥିବ ବୋଲି ବ୍ରାଉନ କହିଛନ୍ତି। ସେ ଆହୁରି କହିଛନ୍ତି, ବତ୍ତର୍ମାନ ମେହୁଲ ଚୋକ୍‌ସୀଙ୍କ ସମ୍ପର୍କିତ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏଥିପାଇଁ ଆମକୁ ସମସ୍ତ ପ୍ରକ୍ରିୟା ପାଳନ କରିବାକୁ ପଡ଼ିବ। ଏ ନେଇ ଆମେ ଭାରତ ସରକାରଙ୍କୁ ଅବଗତ କରାଇ ଦିଆଯାଇଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories