www.samajalive.in
Sunday, December 7, 2025
26.1 C
Bhubaneswar

ବାଇକ୍‌ରେ ଓଡ଼ିଶାରୁ ମଧ୍ୟପ୍ରଦେଶ; ୧୦ ଦିନରେ ଅମିତା ଅତିକ୍ରମ କଲେ ୪୫୦୦ କି.ମି

ଭୁବନେଶ୍ବର/ତମାଣ୍ଡୋ : ଓଡ଼ିଶାର ବାଇକ୍‌ ରାଣୀ ଅମିତା ସିଂହ। ଓଡ଼ିଶାରୁ ମଧ୍ୟପ୍ରଦେଶ ଯାଏଁ ବାଇକ୍‌ ଚଳାଇ ପହଞ୍ଚିଥିଲେ। ତାଙ୍କୁ ୪୫୦୦ କି.ମି ଅତିକ୍ରମ କରିବା ପାଇଁ ୧୦ ଦିନ ସମୟ ଲାଗିଥିଲା। ମଧ୍ୟପ୍ରଦେଶ ପର୍ଯ୍ୟଟନ ପକ୍ଷରୁ ଆୟୋଜିତ ଟାଇଗ୍ରେସ୍‌ ଅନ୍‌ ଦି ଟ୍ରେଲ୍‌ ପ୍ରତିଯୋଗିତାରେ ଓଡ଼ିଶାରୁ ଅମିତା ସାମିଲ ହୋଇଥିଲେ, ଯାହା ତାଙ୍କୁ ଏକ ନିଆରା ପରିଚୟ ପ୍ରଦାନ କରିଛି।
ଏହି କାର୍ଯ୍ୟକ୍ରମରେ ଭାରତରୁ ମୋଟ ୧୫ ମହିଳା ବାଇକ୍ ଚାଳକଙ୍କୁ ସୁଯୋଗ ମିଳିଥିଲା। ଓଡ଼ିଶାରୁ ଅମିତା ଏକମାତ୍ର ପ୍ରତିଯୋଗୀ ଭାବେ ଭାଗ ନେବାର ସୁଯୋଗ ପାଇଥିଲେ। ସେ ଇଣ୍ଟରନ୍ୟାସନାଲ ବାଇକିଂ କମ୍ୟୁନିଟି ଏବଂ ଓଡ଼ିଶା ବାଇକିଂ ଟିମ୍‌ର ମୁଖ୍ୟ ଅଛନ୍ତି। ପାଠ ପଢ଼ିବା ବେଳରୁ ହିଁ ତାଙ୍କର ବାଇକ୍‌ ଚଳାଇବା ପ୍ରତି ରୁଚି ରହିଛି। ସେ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତର‌େ‌ର ବାଇକ୍‌ ଚଳାଇ ପୁରସ୍କୃତ ହୋଇଛନ୍ତି। ସେ ସାତପୁରା ଜଙ୍ଗଲ, କାହ୍ନା, ବାନ୍ଧବଗଡ଼, ମାଧେଇ, ପନ୍ନା ପରେ ମଧ୍ୟପ୍ରଦେଶର ଭୋପାଳରେ ପହଞ୍ଚିଥିଲେ। ଅମିତା ଷ୍ଟାର୍‌ ଇଣ୍ଡିଆ ପୁରସ୍କାର ପାଇଁ ମନୋନୀତ ହୋଇଥିବା କହିଛନ୍ତି। ସେ କହିଛନ୍ତି, ପୂର୍ବରୁ ଏକାଧିକ ବାଇକ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି। ଏନେଇ ଜାତୀୟସ୍ତରରେ ମଧ୍ୟ ବହୁ ପୁରସ୍କାର ପାଇଛି। ତେବେ ପ୍ରଥମ ଥର ପାଇଁ ୪୫୦୦କି.ମି ବାଇକ୍‌ରେ ଅତିକ୍ରମ କରିବା ମୋ ପାଇଁ ନିଆରା ଅନୁଭବ ଆଣି ଦେଇଥିଲା। ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ବାଇକ୍ ରେସ୍‌ରେ ଓଡ଼ିଶାରୁ ପ୍ରତିଦ୍ବନ୍ଦ୍ବୀ ହେବା ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି। ଗୁରୁବାର ସନ୍ଧ୍ୟାରେ ତମାଣ୍ଡୋସ୍ଥିତ ଡିଏନ୍‌ ରେଗାଲିଆ ପରିସରରେ ଭବିଷ୍ୟ ହୋମ୍‌ସ ପକ୍ଷରୁ ଅମିତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories