www.samajalive.in
Tuesday, December 9, 2025
26.1 C
Bhubaneswar

ଭାରତ ଇତିହାସରେ ଅମିତ ଶାହା ସବୁଠାରୁ ଦୁର୍ବଳ ଗୃହମନ୍ତ୍ରୀ – କଂଗ୍ରେସ

https://youtu.be/y8wcm_mHj0w

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହିଂସା ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗରେ ଆଜି ଭାରତୀୟ ଜାତୀୟ କଂଗ୍ରେସ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା କହିଛନ୍ତି ଯେ ଗୃହମନ୍ତ୍ରୀ ଅମିତ ଶାହାଙ୍କ କ୍ଷେତ୍ରରେ ଏହା ଏକ ବିରାଟ ସୁରକ୍ଷା ବିପର୍ଯ୍ୟୟ ତେଣୁ ତାଙ୍କୁ ପଦରୁ ଅବ୍ୟାହତି ଦିଆଯିବା ଆବଶ୍ୟକ। ସୁରଜେୱାଲା କହିଛନ୍ତି, ଏକ ବର୍ଷ ଭିତରେ ଦ୍ୱିତୀୟ ଥର ପାଇଁ ରାଜଧାନୀ ଦିଲ୍ଲୀରେ ଏଭଳି ଘଟିଛି।

- Advertisement -

ଭାରତ ଇତିହାସରେ ଶ୍ରୀ ଶାହାଙ୍କୁ ସବୁଠାରୁ ଦୁର୍ବଳ ଗୃହମନ୍ତ୍ରୀ ବୋଲି କହି କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବରଖାସ୍ତ ନକରନ୍ତି ତେବେ ଏହା ସ୍ପଷ୍ଟ ହେବ ଯେ କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ପ୍ରଧାନମନ୍ତ୍ରୀ ନିଜେ ଷଡଯନ୍ତ୍ରର ଏକ ଅଂଶ। ସୁରଜେୱାଲା ପ୍ରଶ୍ନ କରିଛନ୍ତି ଯେ ଗତ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅସାମାଜିକ ଲୋକମାନେ ଲାଲକିଲ୍ଲାରେ ପ୍ରବେଶ କରିବେ ବୋଲି କଣ ଅମିତ ଶାହା ଜାଣିନଥିଲେ? ଗତ ୭୫ ବର୍ଷ ମଧ୍ୟରେ ମୋଦୀ ସରକାର ହେଉଛନ୍ତି ଏକମାତ୍ର ସରକାର ଯିଏ ଲାଲକିଲ୍ଲାର ସୁରକ୍ଷା କରିବାରେ ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories